ବନ୍ୟାରେ କ୍ଷତିଗ୍ରସ୍ତ ମତ୍ସ୍ୟଜିବୀ ଙ୍କ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ ।

 ସୁବର୍ଣ୍ଣପୁର :(ବିବି ନିୟୁଜ ବ୍ୟୁରୋ) ସୁବର୍ଣ୍ଣପୁର ଜିଲ୍ଲା ମହାନଦୀ କୂଳିଆ ବିଭିନ୍ନ ଗାଁର ମତ୍ସ୍ୟଜିବୀମାନେ ଚଳିତ ବନ୍ୟା କ୍ଷୟ କ୍ଷତି ଭରଣା ପାଇଁ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥର ମହାନଦୀରେ ବନ୍ୟାପାଣି ସାତ ଆଠ ଦିନ ଧରି କୂଳ ଲଙ୍ଘି ରହିଥିବା ବେଳେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲେ ମହାନଦୀ କୂଳିଆ ମତ୍ସ୍ୟଜିବୀମାନେ ।ଏମାନେ ମହାନଦୀରୁ ମାଛ ମାରି ନିଜର ଜୀବିକା ନିର୍ବାହ କରୁଥିବା ବେଳେ ବନ୍ୟାରେ ଏମାନଙ୍କ ଜାଲ, ଡଙ୍ଗା ଆଦି କ୍ଷତିଗ୍ରସ୍ତ ହୋଇଛି ।ଫଳରେ ଏମାନେ ଜୀବିକା ହରାଇ ବସିଛନ୍ତି । ବନ୍ୟା ସମୟରେ ସରକାରୀ ଅଧିକାରୀମାନଙ୍କୁ ଗୁହାରୀ କରିଥିଲେ ଏମାନଙ୍କୁ କେହି ସହାୟତାର ହାତ ବଢାଇ ନାହାନ୍ତି । ଫଳରେ ଆଜି ନିମ୍ନା, ଦଶରାଜପୁର , ବିଜେପୁର ଆଦି ଗାଁର ଶତାଧୀକ ମତ୍ସଜିବୀ ସଦର ମହକୁମାରେ ଥିବା ଜିଲ୍ଲା ମତ୍ସ୍ୟ ଅଧୀକାରୀଙ୍କ କାର୍ଯ୍ୟାଳୟକୁ ଆସି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କ୍ଷତିପୂରଣ ପାଇଁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ କ୍ଷତିପୁରଣ ଦିଆ ନ ଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ମତ୍ସ୍ୟଜିବୀମାନେ । ସେପଟେ ବନ୍ୟା ଛାଡିଗଲା ପରେ ବହୁ ମତ୍ସ୍ୟଜିବୀ ଆମ ପାଖକୁ ଆସି ତାଙ୍କର ଅଭିଯୋଗ କହୁଥିବା ବେଳେ ଯଥାଶିଘ୍ର କ୍ଷୟକ୍ଷତିର ଆକଳନ କରି ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି କ୍ଷତିପୂରଣ ଦେବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲା ମତ୍ସ୍ୟ ଅଧିକାରୀ ।

Comments are closed.