ଅରୁଣ ଦେ ଆଜୀବନ ଗରୀବ ଏବଂ ସାଧାରଣ ମଣିଷଙ୍କ ପାଇଁ ସଂଗ୍ରାମ କରୁଥିଲେ

ଅରୁଣ ଦେଙ୍କ ୮୦ତମ ଜୟନ୍ତୀରେ ଅତିଥିମାନଙ୍କ ମତବ୍ୟକ୍ତ

0
ବାଲେଶ୍ଵର, ୩୦/୦୪(କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ବିଶିଷ୍ଟ ରାଜନେତା ତଥା ୫ଥର ବିଧାୟକ ହୋଇଥିବା ଅରୁଣ ଦେଙ୍କର ୮୦ତମ ଜୟନ୍ତୀ ସ୍ମୃତି ପରିଷଦ ଆନୁକୁଲ୍ୟରେ ପାଳିତ ହୋଇଯାଇଛି।
ଏହି ଅବସରରେ ମଲ୍ଲିକାଶପୁରସ୍ଥିତ ତାଙ୍କ ବାସଭବନ ଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତି ଏବଂ ତାଙ୍କ ପିତା ସ୍ୱର୍ଗତଃ ଗୋଲକନାଥ ଦେଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ଏକ ଶୋଭାଯାତ୍ରାରେ ଅରୁଣ ଦେଙ୍କ ସାଥି ଓ ସମର୍ଥକମାନେ ଓ.ଟି. ରୋଡ଼ ପାର୍ଶ୍ଵରେ ଥିବା ସ୍ୱର୍ଗତଃ ଦେଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସ୍ୱର୍ଗତଃ ଦେ ଜୀବନ ତମାମ ସାଧାରଣ ମଣିଷ, ଗରିବ, ମଧ୍ୟବିତ୍ତ ଏବଂ ଶ୍ରମିକ ଶ୍ରେଣୀ ପାଇଁ ଯେଉଁ କାର୍ଯ୍ୟ କରି ଯାଇଛନ୍ତି ସେଥିପାଇଁ ବାଲେଶ୍ଵରବାସୀ ତାଙ୍କ ନିକଟରେ ଚିରକୃତଜ୍ଞ ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ। ସେ ବିଧାୟକ ଥିବାବେଳେ ବାଲେଶ୍ଵର ବିକାଶ ଦୃଢ ମୂଳଦୂଆ ପକାଇଥିଲେ ବୋଲି ଅତିଥିମାନେ ମତ ପୋଷଣ କରିଥିଲେ। ବିଶିଷ୍ଟ ନାରୀ ନେତ୍ରୀ ଡକ୍ଟର ଲେଖାଶ୍ରୀ ସାମନ୍ତ ସିଂହାର, ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ରେମୁଣାର ପୂର୍ବତନ ବିଧାୟକ ସୂଦର୍ଶନ ଜେନା, ବାଲେଶ୍ଵରର ପୂର୍ବତନ ବିଧାୟକ ସ୍ୱରୂପ କୁମାର ଦାସ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭାପତି ଗିରିଶ ଚନ୍ଦ୍ର ଦାଶ ପ୍ରମୁଖ ମତବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ପରିଷଦର କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପ୍ରସାଦ ମହାନ୍ତି ଏବଂ ସାଧାରଣ ସମ୍ପାଦକ ରଂଜନ ବାଗ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ତପନ ଚକ୍ରବର୍ତ୍ତୀ, ପ୍ରାକ୍ତନ ଉପନଗରପାଳ ମନୋଜ କୁମାର ରାଉତ, ପ୍ରଫେସର ଶତୃଘ୍ନ ମଲ୍ଲିକ, ପରିଷଦର ବରିଷ୍ଠ ସଦସ୍ୟ କବି ଶ୍ରୀଦେବ,ବିଶ୍ଵଜିତ ମହାପାତ୍ର, ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ, ବିନୋଦ ଜୀ, ଅଭିଜିତ ଦାସ, ଗୋବିନ୍ଦ ରାଠୀ, ସମ୍ପତ ଦାସ, ଭୋଳାନାଥ ବେହେରା, ତ୍ରିଲୋଚନ ବାରିକ, ପ୍ରଫେସର ଦୀପକ ଦାସ, ମଧୁସୂଦନ ଦାସ, ଯୁବନେତା ଧିରେନ ନାୟକ, ସତ୍ୟରଂଜନ ଦାସ, ଚିରାଗ ଚୌହାନ୍, ଦେବାଶିଷ ଦାଶ, ଛାତ୍ରନେତା ବିଭୁଦତ୍ତ ପରିଡ଼ା, ସୌଭାଗ୍ୟ ଖୁଣ୍ଟିଆ, ଜୟନ୍ତ ମହାପାତ୍ର, ରାଜା ଦେ, ବିକାଶ ବେହେରା, ତପନ କୁମାର ଦାସ, ହର୍ଷ ଖଣ୍ଡେଲୱାଲ, ନନ୍ଦିତା ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱର୍ଗତଃ ଦେଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଶେଷରେ ପରିଷଦ ପକ୍ଷରୁ ପଥଚାରୀମାନଙ୍କୁ ଦହିସର୍ବତ ବଣ୍ଟନ କରାଯାଇଥିଲା।
Leave A Reply

Your email address will not be published.