କେନ୍ଦୁଝର : କେନ୍ଦୁଝର ସଦର ବ୍ଲକ୍ ଅନ୍ତର୍ଗତ ହାଣ୍ଡିଭଙ୍ଗା ଗ୍ରାମ ପଞ୍ଚାୟତ ଆମୁଣି ସ୍ଥିତ ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ୧୭.୧୨.୨୦୨୪ ଏବଂ ୧୮.୧୨.୨୦୨୪ ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଉଦଯାପିତ ହୋଇଯାଇଛି। ଉକ୍ତ ବାର୍ଷିକ କ୍ରୀଡ଼ା ଉତ୍ସବ ର ଉଦଘାଟନ ଦିବସ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଦର୍ଶନ ପାତ୍ର ଏବଂ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ବିପ୍ରବର ନାଏକ୍ ବାର୍ଷିକ କ୍ରୀଡ଼ା କୁ ଉଦଘାଟନ କରିଥିଲେ। ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀ ସୁଶାନ୍ତ ବାରିକ୍ ଏବଂ ଶିକ୍ଷୟିତ୍ରୀ ସୁଶିଳା ମହାନ୍ତ ଙ୍କ ନେତୃତ୍ୱ ରେ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ସୁଶାନ୍ତ ନାଏକ୍, ମହେଶ୍ୱର ନାଏକ୍,ରଘୁନାଥ ମୁର୍ମୁ, ଅରୁଣ କୁମାର୍ ଜେନା, ବନମାଳି ଦେହୁରୀ, ଶୁଭଶ୍ରୀ ଶୁଭଦର୍ଶିନୀ ରାଉତ୍, ଦୁଲ୍ଲଭ ମହାନ୍ତ, ଲାବଣ୍ୟ ମହାନ୍ତ, ପରମାନନ୍ଦ ମହାନ୍ତ, ତ୍ରୈଲୋକ୍ୟ ମିଶ୍ର, ରାମାକୃଷ୍ଣ ମହାନ୍ତ, ଦମୟନ୍ତୀ ମହାନ୍ତ ପ୍ରମୁଖ ବାର୍ଷିକ କ୍ରୀଡ଼ା ର ପ୍ରତିଯୋଗିତା ଗୁଡ଼ିକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ବିଦ୍ୟାଳୟରେ ତିନୋଟି ବର୍ଗ ରେ ବିଭକ୍ତ କରାଯାଇ ଦୌଡ଼, ଲମ୍ବ ଡିଆଁ,ଉଚ୍ଚ ଡିଆଁ, ଡିସ୍କସ୍ ଥ୍ରୋ, ଜାଭେଲିନ୍ ଥ୍ରୋ, ପୁଟ୍ ଇନ୍ ଦ ସଟ୍, ମ୍ୟୁଜିକ୍ ଚେୟାର ଏବଂ ସ୍ଲୋ ସାଇକଲ ରେସ୍ ଆଦି ବିଭିନ୍ନ ପ୍ରତିଯୋଗିତା ମାନ ହୋଇଥିଲା। ପ୍ରତିଯୋଗିତା ରେ ପ୍ରଥମ, ଦ୍ଵିତୀୟ , ତୃତୀୟ ସ୍ଥାନ ପାଇ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତା ବର୍ଷ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ତଥା ବାର୍ଷିକ ଉତ୍ସବ ରେ ପୁରସ୍କାର ଦିଆଯିବ ବୋଲି ସ୍ଥିର କରାଯାଇଛି ।
Comments are closed.