ପିତୃପୁରୁଷ ପୂଜନ ସଂସ୍କୃତି ସଭ୍ୟତାର ପରିମାପକ : ଡ଼ଃ ବୁଦ୍ଧଦେବ ମିଶ୍ର ପ୍ରଥମ ପିତୃ ଦିବସ ସମ୍ମାନରେ ସମ୍ମାନିତ

0

ଭୁବନେଶ୍ୱର ତା 03/09/26:  ସାମ୍ପ୍ରତିକ ସମୟରେ ପୁଜ୍ୟପୂଜା,ନୈତିକ ମୂଲ୍ୟବୋଧ,ଅବକ୍ଷେୟୀ ଲୋକ ଚରିତ୍ର,ମାନବବାଦ ତଥା ମାତା  ପିତୃ ପୂଜନ ପ୍ରମୁଖ ଧୀରେ ଧୀରେ ଲୁପ୍ତପ୍ରାୟ ଅବସ୍ଥାକୁ ଆସିବାକୁ ଯାଉଛି l ଏହି ପରିପ୍ରେକ୍ଷୀରେ “ପିତୃ ଦିବସ ” କାର୍ଯ୍ୟକ୍ରମ ଆସନ୍ତା ବର୍ଷ 2027 ମସିହା ସେପ୍ଟେମ୍ବର ମାସ ତିନି ତାରିଖରେ ଆୟୋଜିତ କରି ଆଗାମୀ ପୀଢ଼ିଙ୍କୁ ବାର୍ତ୍ତା ଦେବା ସହିତ ପୁଜ୍ୟପୂଜାର ଅନନ୍ୟ ମାର୍ଗ ସହିତ ଦର୍ଶନ ଦେବା ଆଜିର ବହୁ ପ୍ରାସଙ୍ଗିକତା ବୋଲି ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରିଥିଲେ l ବିଶିଷ୍ଟ ଶିକ୍ଷାବିତ, ନୀତିନିଷ୍ଠ, ପୁଜ୍ୟପୂଜା ସଂସ୍କୃତି ପ୍ରାଣ, ଭେଷଜ ବିଷାରଦ ତଥା ନୀରବ ସମାଜସେବୀ ସ୍ବର୍ଗତ ବୈଦନାଥ ଶତପଥୀଙ୍କ ଜଣେ ଉତ୍ତମ ପିତା ସହିତ ସାରସ୍ୱତ ପ୍ରତିଭାର ଅଧିକାରୀ ଥିଲେ l ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ଭାଷାପ୍ରାଣ, ବହୁମୁଖି ବ୍ୟକ୍ତିତ୍ୱର ଅଧିକାରୀ “ଡ଼ଃ ବୁଦ୍ଧଦେବ ମିଶ୍ରଙ୍କୁ ପ୍ରଥମ ପିତୃ ଦିବସ” ସମ୍ମାନରେ ସମ୍ମାନିତ କରାଯାଇଥିଲା l ଅନ୍ୟ ସମ୍ମାନିତ ଅତିଥିଙ୍କ ମଧ୍ୟରେ ଓଡିଶାର ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଶିକ୍ଷାବିତ ସୀତାବଲ୍ଲଭ ମହାପାତ୍ର, ଓଡିଶା ନାଗରିକ ମହାମଞ୍ଚ ସାଧାରଣ ସମ୍ପାଦକ ଡ଼ଃ ପ୍ରଦୀପ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିବା ସହ ଏହିପରି କାର୍ଯ୍ୟକ୍ରମ ଆଜିର ସମାଜ ପାଇଁ ନିହାତି ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ l

ଆସନ୍ତା ବର୍ଷଠାରୁ ପାଞ୍ଚଜଣ ଉତ୍ତମ ପିତାଙ୍କୁ ସମ୍ମାନିତ କରିବା, ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ବକୃତା ଆୟୋଜନ କରିବା, ପିତାଙ୍କ ଉଦେଶ୍ୟରେ ସଂକଳନ ପ୍ରକାଶ କରିବା ସହିତ ପୁଜ୍ୟପୂଜା ଓ ନୈତିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେବା ଉକ୍ତ ଦିବସର ମୁଳଲକ୍ଷ ବୋଲି ଅତିଥିଙ୍କ ସହ ଅଧ୍ୟକ୍ଷ କହିଥିଲେ l ଡ଼ଃ ଜ୍ଞାନେନ୍ଦ୍ର, ଡ଼ଃ ପ୍ରଦୀପ ବିଶ୍ୱାଳ, ମନୋଜ ଷଡ଼ଙ୍ଗୀ,ପୁଷ୍ପରାଜ ପ୍ରଧାନ,ବରିଷ୍ଠ ସାମ୍ବାଦିକ କ୍ରାନ୍ତି କୁମାର ସାକସେନା ଶିକ୍ଷାବିତ ପୁଜ୍ୟପୂଜା ପ୍ରାଣ ସୀତାବଲ୍ଲଭ ମହାପାତ୍ରଙ୍କ ସହିତ ସାମ୍ବାଦିକ ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ପିତୃ ଦିବସ କାର୍ଯ୍ୟକ୍ରମ ମୁଖ୍ୟ ଦାୟିତ୍ୱରେ ରହିବେ ବୋଲି ଅଧ୍ୟକ୍ଷ ଶ୍ରୀଯୁକ୍ତ ଶତପଥୀ କହିଥିଲେ l କାର୍ଯ୍ୟକ୍ରମକୁ  ସୀତାଂଶୁ ଶେଖର ମହାରଣା, ସନ୍ତୋଷ ଲେଙ୍କା, ମୁରଲୀଧର ମିଶ୍ର, ସାମ୍ବାଦିକ ଚିରଞ୍ଜିବି ସେଠି ପରିଚାଳନା କରିଥିଲେ l

 

Leave A Reply

Your email address will not be published.