କୋରାପୁଟରେ KPLF ପକ୍ଷରୁ ଭାରତୀୟ ସମ୍ବିଧାନ ସଚେତନତା ଶିବିର ସଫଳତାର ସହ ଅନୁଷ୍ଠିତ ।

0

କୋରାପୁଟ, ୦୯ ଜୁଲାଇ ୨୦୨୬( ଭି ଗୌରୀଶଙ୍କର ରାଓ) : କୋରାପୁଟ ପାଷ୍ଟର୍ସ ଆଣ୍ଡ ଲିଡର୍ସ ଫେଲୋଶିପ୍ (KPLF) ଆୟୋଜିତ “Indian Constitution Awareness Program” ଆଜି କୋରାପୁଟସ୍ଥିତ ଡକ୍ଟର. ବି. ଆର୍. ଅମ୍ବେଦକର ଷ୍ଟଡି ସେଣ୍ଟର, ଜୟପୁର ରୋଡ୍ (NH-26) ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମ ସକାଳ ୧୦ଟାରେ ପାଳକ ରୁବେନ ବାଘଙ୍କ ପ୍ରାର୍ଥନା ମାଧ୍ୟମରେ ଆରମ୍ଭ ହୋଇଥିଲା। ପରେ KPLFର ପରାମର୍ଶଦାତା, ଗବେଷକ ଓ ଅତିଥିମାନଙ୍କୁ ସ୍ୱାଗତ ଜଣାଯାଇଥିଲା। ପାଳକ ରଜତ ବାଘ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ।
ଅଧିବକ୍ତା ଆଇନଜୀବୀ ସୁନୀଲ ଚାନ୍ଦ ଖୋସଲା ଭାରତୀୟ ସମ୍ବିଧାନର ପରିଚୟ ଉପସ୍ଥାପନ କରିଥିବାବେଳେ, ଅମ୍ବେଦକର ଗବେଷକ ଶ୍ରୀଯୁକ୍ତ ଭୁଦେବ ମହାନନ୍ଦିଆ ମୁଖ୍ୟ ଅଥିତି ଭାବରେ ଯୋଗ ଦେଇଥିଲେ ଏବଂ ସେ ମୌଳିକ ଅଧିକାର ଓ କର୍ତ୍ତବ୍ୟ, ନାଗରିକଙ୍କ ସାମ୍ବିଧାନିକ ଅଧିକାର, ଧର୍ମୀୟ ସ୍ୱାଧୀନତା ଏବଂ ଆଇନଗତ ସଚେତନତା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ପ୍ରଶ୍ନୋତ୍ତର ପର୍ବରେ ଅଂଶଗ୍ରହଣକାରୀମାନଙ୍କ ବିଭିନ୍ନ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦିଆଯାଇଥିଲା।
ମଧ୍ୟାହ୍ନ ଭୋଜନ ପରେ ପ୍ରାର୍ଥନାର ସହିତ ଦ୍ୱିତୀୟ ଅଧିବେଶନ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଆଇନଗତ ଅଧିକାର ସମ୍ପର୍କରେ ବ୍ୟବହାରିକ ସଚେତନତା, ଗୋଷ୍ଠୀ ଆଲୋଚନା ଓ ମତାମତ ଆଦାନ-ପ୍ରଦାନ କରାଯାଇଥିଲା।


ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଆମ୍ବେଦକର କର୍ମକର୍ତ୍ତା ଶ୍ରୀଯୁକ୍ତ ଜଗଦୀଶ ଖରା, KPA ର ସଭାପତି ପାଳକ ମନବୋଧ ମହୁରିଆ , RCM ର ରାଜ୍ୟ କର୍ମ କର୍ତ୍ତା ଡକ୍ଟର ଇସ୍ମାଇଲ ପାତ୍ର , ଦାମନଯୋଡି ଆମ୍ବେଦକର ସୋସାଇଟୀ ର କର୍ମ କର୍ତ୍ତା ଶ୍ରୀଯୁକ୍ତ ରମିଲ କୁଲଦୀପ , ସମାଜ ସେବୀ ଶ୍ରୀଯୁକ୍ତ ସତ୍ୟ ଶୋଭନ ସିଂ , ସମାଜ ସେବୀ ଶ୍ରୀଯୁକ୍ତ ଜି. ବି. କାଡ୍ରାକା, KPLF ର ସଦସ୍ୟ ପାଳକ ସୁରେନ୍ଦ୍ର ଖସ୍ଲା ,ପାଳକ ରଘୁନାଥ ଖରା ପ୍ରମୁଖ ଏହି ପରି ୬୦ ରୁ ଉର୍ଦ୍ଧ୍ୱ ପାଳକ ଓ ମାନ୍ୟଗଣ୍ୟ ବ୍ୟକ୍ତିଗଣ ଉପସ୍ଥିତ ରହିଥିଲେ। ଏହାସହିତ ଉପସ୍ଥିତ ସମସ୍ତଙ୍କ ପାଇଁ ସୁସ୍ଵାଦ ଖାଦ୍ୟ ର ବ୍ୟବସ୍ଥା କରାଯାଇଥିଲା ।
ପାଳକ ରଜତ ବାଘ ଧନ୍ୟବାଦ ଜ୍ଞାପନ କରିଥିବାବେଳେ ପାଳକ ଜଗତ ସୁନା ସମାପନୀ ପ୍ରାର୍ଥନା ଏବଂ ପାଳକ ଏସ୍. କେ. ବେହେରା ଆଶୀର୍ବାଦ ପ୍ରାର୍ଥନା କରି କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିଥିଲେ।
ଏହି ସଚେତନତା ଶିବିରରେ କୋରାପୁଟ ଜିଲ୍ଲାର ବିଭିନ୍ନ ଚର୍ଚ୍ଚର ପାଳକ, ନେତୃବୃନ୍ଦ ଓ ଖ୍ରୀଷ୍ଟ ବିଶ୍ୱାସୀମାନେ ଉତ୍ସାହର ସହ ଯୋଗଦେଇ ଭାରତୀୟ ସମ୍ବିଧାନ, ନାଗରିକ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ଆୟୋଜକ ସଂସ୍ଥା KPLF ପକ୍ଷରୁ କୁହାଯାଇଛି ଯେ, ଭବିଷ୍ୟତରେ ମଧ୍ୟ ଏପରି ଜନସଚେତନତାମୂଳକ କାର୍ଯ୍ୟକ୍ରମ ନିୟମିତ ଭାବେ ଆୟୋଜନ କରାଯିବ।
କୋରାପୁଟରୁ ସତ୍ୟ ଶୋଭନ ସିଂ ଙ୍କ ରିପୋର୍ଟ ।

Leave A Reply

Your email address will not be published.