ଅମରାବତୀ: ଅମରାବତୀ ଏବେ ଆନ୍ଧ୍ରର ଏକମାତ୍ର ରାଜଧାନୀ । ସୋମବାର ରାତିରେ ଭାରତ ସରକାର ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିବା ସହିତ ଅମରାବତୀକୁ ଆନ୍ଧ୍ର ପ୍ରଦେଶର ଏକମାତ୍ର ଏବଂ ସ୍ଥାୟୀ ରାଜଧାନୀ ଭାବରେ ବୈଧାନିକ ମାନ୍ୟତା ମିଳିଛି। ଆନ୍ଧ୍ର ପ୍ରଦେଶ ପୁନର୍ଗଠନ (ସଂଶୋଧନ) ଆଇନ, ୨୦୨୬, ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଆଇନ, ୨୦୧୪ କୁ ସଂଶୋଧନ କରିଛି ।ଲୋକସଭା ଏହାକୁ ମଞ୍ଜୁର କରିବାର ଗୋଟିଏ ଦିନ ପରେ ରାଜ୍ୟସଭା ଏକ ଭଏସ୍ ଭୋଟ ମାଧ୍ୟମରେ ବିଲ୍ କୁ ପାସ୍ କରିଥିଲା।
ଏହି ଆଇନ ୨୦୧୪ ମସିହାରେ ପୂର୍ବତନ ସଂଯୁକ୍ତ ଆନ୍ଧ୍ର ପ୍ରଦେଶର ବିଭାଜନ ପରେ ଉଠିଥିବା ରାଜଧାନୀ ପ୍ରସଙ୍ଗ ଉପରେ ବର୍ଷ ବର୍ଷର ଅନିଶ୍ଚିତତା ଏବଂ ରାଜନୈତିକ ପାଲଟଣାର ଅନ୍ତ କରିଛି। ବିଲ୍ ଉପରେ ଆଲୋଚନାରେ ଉଭୟ ଗୃହର ମୋଟ ୩୫ ଜଣ ସାଂସଦ ଅଂଶଗ୍ରହଣ କରିଥିଲେ। YSRକଂଗ୍ରେସ ଦଳର ଦୁଇ ଜଣ ସାଂସଦଙ୍କୁ ଛାଡି ସମସ୍ତ ସାଂସଦ ଏହାକୁ ସମର୍ଥନ କରିଥିଲେ । ତେଲୁଗୁ ଦେଶମ ପାର୍ଟି (TDP) କ୍ଷମତାରେ ଥିବା ସମୟରେ ୨୦୧୫ ମସିହାରେ ଅମରାବତୀକୁ ରାଜ୍ୟ ରାଜଧାନୀ ଭାବରେ ସ୍ଥାପନ କରିବାର ମୂଳଦୁଆ ପଡ଼ିଥିଲା। ମାତ୍ର ୨୦୧୯ ମସିହାରେ YSRCP କ୍ଷମତାକୁ ଆସିବା ପରେ, ତିନୋଟି ରାଜଧାନୀର ଧାରଣା ଦେଇଥିଲା।
୨୦୨୪ ମସିହାରେ TDP ନେତୃତ୍ୱାଧୀନ NDA କ୍ଷମତାକୁ ଆସିବା ପରେ, ଏହା ଅମରାବତୀକୁ ଏକମାତ୍ର ରାଜଧାନୀ ଭାବରେ ବିକଶିତ କରିବାକୁ ନିଷ୍ପତ୍ତି ନେଇଥିଲା । ଏବେ ବୈଧାନିକ ଭାବେ ଅମରାବତୀ ରାଜ୍ୟର ଏକମାତ୍ର ରାଜଧାନୀ ରୂପେ ମାନ୍ୟତା ପାଇଛି ।
Sign in
Sign in
Recover your password.
A password will be e-mailed to you.
Comments are closed.