ଆପ୍ ଗଞ୍ଜାମ ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ।

ବ୍ରହ୍ମପୁର: ୨୧/୦୯ ସ୍ଥାନୀୟ ଡାଇମଣ୍ଡ ଜୁବୁଲି ଟାଉନ ହଲରେ ଆମ୍ ଆଦମୀ ପାର୍ଟି ଗଞ୍ଜାମ ଜିଲ୍ଲାର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ବିଭିନ୍ନ ବ୍ଲକ ଓ ଏନ.ଏ.ସି ରୁ ଶତାଧିକ କାର୍ଯ୍ୟକର୍ତ୍ତା ରୋଲଣ୍ଡ କଲେଜ ଛକ ଠାରୁ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ସ୍ଲୋଗାନ ଦେଇ ସହର ପରିକ୍ରମା କରି ସଭାସ୍ଥଳରେ ପହଞ୍ଚିଥିଲେ । ସମ୍ମିଳନୀରେ ପାର୍ଟିର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଯୋଗଦେଇ, ଆଗାମୀ ଦିନରେ ଓଡ଼ିଶାରେ ସଂଗଠନଙ୍କୁ ସୁଦୃଢ କରି ୨୦୨୪ ନିର୍ବାଚନରେ ବିଜୟଲାଭ କରିବାକୁ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ । ଦିଲ୍ଲୀରେ ବିଗତ ସାତ ବର୍ଷରେ ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ଶିକ୍ଷା,ସ୍ୱାସ୍ଥ୍ୟ, ବିଜୁଳି, ପାଣି, ଭ୍ରଷ୍ଟାଚାର ମୁକ୍ତ ଶାସନ ବ୍ୟବସ୍ଥାର ମୋଡେଲକୁ ସାରା ଭାରତବର୍ଷର ଲୋକେ ପସନ୍ଦ କରୁଛନ୍ତି, ତେଣୁ ପଞ୍ଜାବରେ ପାର୍ଟି ଏକତରଫା ବିଜୟଲାଭ କରିଛି । ପଞ୍ଜାବରେ ନିର୍ବାଚନ ପୂର୍ବରୁ କେଜ୍ରିୱାଲ ଯେଉଁ ଗ୍ୟାରେଣ୍ଟି ଦେଇଥିଲେ ଭଗବନ୍ତ ମାନଙ୍କ ସରକାର ଖୁବ କମ ଦିନ ମଧ୍ୟ୍ୟରେ କାର୍ଯ୍ୟକାରୀ କରିବାକୁ ସଫଳ ହୋଇଛନ୍ତି । ତେଣୁ ହିମାଞ୍ଚଳ ପ୍ରଦେଶ ଏବଂ ଗୁଜରାତରେ ଜନତା ଆମ୍ ଆଦମୀ ପାର୍ଟିକୁ ବିଜୟୀ କରାଇ ଦେଶରେ ଏକ ଉଦାହରଣ ସୃଷ୍ଟି କରିବାକୁ ଯାଉଛନ୍ତି ବୋଲି ମତବ୍ୟକ୍ତ କରିବା ସହ ଓଡିଶା ସରକାର ଦୀର୍ଘ ଦିନ ଶାସନ ବ୍ୟବସ୍ଥାରେ ରହିଥିଲେ ମଧ୍ୟ୍ୟ ଲୋକଙ୍କୁ ମୌଳିକ ସୁଭିଧା ଯୋଗଇବାରେ ବିଫଳ ହୋଇଛନ୍ତି କହି କ୍ଷୋଭ ପ୍ରକାଶ କରିଥିଲେ । ଜିଲ୍ଲା ଆବାହକ ସୁବାଷ ରାଉତ ସଭାପତିତ୍ବ କରିଥିବାବେଳେ ଜିଲ୍ଲା ସମ୍ପାଦକ ଆଦିତ୍ୟ ନାରାୟଣ ରଥ ମଞ୍ଚ ପରିଚାଳନା କରି କ୍ରାନ୍ତିକାରୀ ସଂଗୀତ ଗାନକରି କର୍ମକର୍ତ୍ତାଙ୍କୁ ଉଚ୍ଛାହିତ କରିଥିଲେ । ଜିଲ୍ଲା ପର୍ଯ୍ୟବେକ୍ଷକ ରୁଚିର ରୁଦ୍ର ରଥ, ବାଙ୍ଗାଲୋରର ଯୁବ ଉଦ୍ୟୋଗପତି ନିତ୍ୟାନନ୍ଦ ସାହୁ, ଉପ ସଭାପତି ସୁଧୀର ପ୍ରଧାନ, ନଗର ସଭାପତି ସି. ହରପ୍ରସାଦ, ମହିଳା ସଭାନେତ୍ରୀ ନିଭାସ୍ମିତା ପ୍ରଧାନ, ପି. ମନୋଜ ଏବଂ ନୂତନ ଭାବେ ଦଳରେ ସାମିଲ ହୋଇଥିବା କିଛି ପ୍ରମୁଖ ବ୍ୟକ୍ତି ମଞ୍ଚାସୀନ ଥିଲେ ।

Comments are closed.