ଆଳସ୍ୟ କାରଣରୁ ଏଭଳି କରୁଥିଲେ , ସାବଧାନ..
ଦିନ ମଧ୍ୟରେ ଭୋଜନର ନିୟମ ଅନୁଯାୟୀ, ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନ ଖୁବ ମହତ୍ତ୍ୱପୂର୍ଣ୍ଣ । ଏହି ୩ଟି ସମୟରେ ସଠିକ ଭାବେ ଖାଦ୍ୟ ସେବନ ନକରିବା ଦ୍ୱାରା ସ୍ୱାସ୍ଥ୍ୟଗତ ସମସ୍ୟା ସହ ଅନେକ ରୋଗ ଲାଗି ରହିଥାଏ । ଅନେକ ସମୟରେ ଆଳସ୍ୟ କାରଣରୁ ଅନେକ ଲୋକେ ରାତ୍ରୀ ଭୋଜନ ପାଇଁ ଅଧିକ ଗୁରୁତ୍ୱ ଦେଇ ନଥାଆନ୍ତି ।
ଅନେକ ସମୟରେ କାମ ପ୍ରଭାବ ହେଉ, ଥକ୍କାପଣ, କିମ୍ବା ରାଗ କାରଣରୁ ଲୋକେ ରାତି ସମୟରେ ଖାଦ୍ୟ ନଖାଇ ଖାଲିପେଟରେ ଶୋଇ ଯାଆନ୍ତି। କିଛି ଲୋକେ ମୋଟାପଣ ବୃଦ୍ଧି ଯୋଗୁଁ ରାତିରେ ଖାଦ୍ୟ ଖାଇନଥାଆନ୍ତି। ମାତ୍ର ଏହା ସ୍ୱାସ୍ଥ୍ୟ ପ୍ରତି ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ। ଜାଣନ୍ତୁ..
ରାତି ଖାଇବା ସହ ପ୍ରୋଟିନ କିମ୍ବା କ୍ଷୀର ପିଇବା ମଧ୍ୟ ଆବଶ୍ୟକ। ଏହା ଶରୀରକୁ ସର୍ବଦା ସୁସ୍ଥ ରଖିଥାଏ।
ରାତିରେ ଖାଦ୍ୟ ନଖାଇଲେ ସକାଳେ ଖୁବ ହାଲିଆ ଅନୁଭବ ହୋଇଥାଏ। କାର୍ଯ୍ୟ କରିବାର କ୍ଷମତା ହ୍ରାସ ପାଇଥାଏ।
ଶରୀରରେ ଶର୍କରାର ମାତ୍ରା ପ୍ରଭାବିତ ହେବା ସହ , କୋଲେଷ୍ଟେରୋଲ, ଥାଇରଏଡ଼ର ସ୍ତର ମଧ୍ୟ ପ୍ରଭାବିତ ହୋଇଥାଏ।
ଭୋକ କାରଣରୁ ରାତିରେ ଭଲ ଭାବେ ନିଦ ନହେବା ସହ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଅନିଦ୍ରା ସମସ୍ୟା ସୃଷ୍ଟି ହୋଇଥାଏ ।
ଏହାସହ ବିଶେଷଜ୍ଞଙ୍କ ମତରେ ରାତିରେ ଖାଲିପେଟରେ ନ ଶୋଇ ହାଲକା ଖାଦ୍ୟ ଗ୍ରହଣ କରନ୍ତୁ।
Comments are closed.