ରାଉରକେଲା (୨୭/୧୦): ସ୍ଥାନୀୟ ଅଗ୍ରଣୀ ଚିତ୍ର କଳା ଅନୁଷ୍ଠାନ ଜସପାଲ ସ୍ମୃତି ଚିତ୍ରାଳୟ “କଳାସୃଜନୀ ” ନାମରେ ଆୟୋଜିତ ତୃତୀୟ ଚିତ୍ରକଳା ଶିବିର ଓ ଚିତ୍ରକଳା ପ୍ରଦର୍ଶନୀ ଏଫ ଇ ଟୁ ଆରକେଡ଼ ରେ ଉଦଯାପିତ ହୋଇଯାଇଛି l ଅକ୍ଟୋବର ୧୭ ଓ ୧୮ ଦୁଇଦିନ ଚିତ୍ରକଳା ଅଙ୍କନ କରିଥିଲେ l ମହାମାୟୀ ଦୁର୍ଗାଙ୍କ ମହିଷାସୁର ମର୍ଦ୍ଧନୀ ବେଶକୁ ପ୍ରତାପ କୁମାର ପଟ୍ଟନାୟକ ଦର୍ଶାଇ ଥିଲେ l ସୁଦକ୍ଷ ରଙ୍ଗ ବ୍ୟବହାର ଯୋଗୁଁ ଚିତ୍ରଟି ସ୍ୱତନ୍ତ୍ରତା ମନେ ହେଉଥିଲା l ଦିଲୀପ କୁମାର ଦାସ ଦୁର୍ଗାପୂଜାରେ ଆୟୋଜିତ ହେଉଥିବା ଧୂନୁକି ନାଚ ଓ ସିନ୍ଦୁର ହୋଲି ମାଧ୍ୟମରେ ସଂସ୍କୃତିକୁ ଉଜାଗର କରିଥିଲେ l ସୁକନ୍ୟା ମହାନ୍ତି ଦୁର୍ଗା ସହ ଗଣେଶ, କାର୍ତ୍ତିକେୟ, ଲଷ୍ମୀ ଓ ସରସ୍ବତୀଙ୍କୁ ଭାଗ ଭାଗ କରି ଅଙ୍କନ କରି ତାଙ୍କର ଶୈଳୀର ନୂତନତା ପ୍ରକାଶ କରିଥିଲେ l ସସ୍ମିତା ସାହୁ ଧ୍ୟାନରତ ମହାଦେବଙ୍କୁ ଚିତ୍ରିତ କରିଥିଲେ l କୁମାରୀ ପୂର୍ବୀତା ପଟ୍ଟନାୟକଙ୍କର ଚିତ୍ରଟି ସମସ୍ତଙ୍କ ଠାରୁ ଭିନ୍ନ ଥିଲା l ଅଷ୍ଟ ଭୁଜା ନାରୀ l ଶଙ୍ଖ, ଚକ୍ର, ଗଦା, ଅସୁରର କଟା ମୁଣ୍ଡ, ହାତରେ ପିଶାଚ ଙ୍କୁ ହତ୍ୟା କରିବା ପାଇଁ କଟୁରୀ, ମାତା ସର୍ବଦା ସନ୍ତାନର ସୁରକ୍ଷା ଦାୟିନୀ ହିସାବରେ ମାଆର କୋଳରେ ଶିଶୁ ସନ୍ତାନ ଓ ଶିକ୍ଷା ହିଁ ଜ୍ଞାନଲୋକ ଦାୟିନୀ ହିସାବରେ ହାତରେ ପୁସ୍ତକ ଓ ସମ୍ମୁଖରେ ତ୍ରିଶୂଳ ଦ୍ୱାରା ହତ ହୋଇଥିବା ମହିଷାସୁର l ପଶ୍ଚାତରେ ତ୍ରିନୟନୀ l ବିଷୟଚୟନ ଓ ଉପସ୍ଥାପନା ଉଚ୍ଚକୋଟୀର l ପୂର୍ବୀତା ପଟ୍ଟନାୟକ ବୁର୍ଲା ଇଞ୍ଜିନିଅରିଂ ର ପ୍ରଥମ ବର୍ଷର ଛାତ୍ରୀ l ସମ୍ବଲପୁରରୁ ଆସିଥିବା ଚିତ୍ରଶିଳ୍ପୀ ମନୋଜ କୁମାର ଚୌଧୁରୀ ଏଫ ଇଟୁ ଆରକେଡ଼ ର ସମ୍ମୁଖଭାଗ ଟିକୁ ଚିତ୍ରିତ କରିଥିଲେ l ପୂର୍ଣଚନ୍ଦ୍ର ମେହେର ବକ୍ରତୁଣ୍ଡ ଶ୍ରୀଗଣେଶଙ୍କୁ ଅଙ୍କିତ କରିଥିଲେ l



ଆକାଶରେ ଭରି ଯାଇଥିବା କଳାମେଘ, ଶ୍ୟାମଳ ପ୍ରାନ୍ତରରେ ଏକ ଦୀର୍ଘ ପଥ କିନ୍ତୁ କିଛି ଦୂରେ ହଜି ଯାଇଛି l ରାସ୍ତାର ଶେଷ ପ୍ରାନ୍ତରେ ଜଣେ ଏକୁଟିଆ ନାରୀ ଲ ପଠାଶୁନ୍ୟ ଏବଂ ଏକାକୀନୀ l ମଣିଷର ମାନସିକ ଦ୍ଵନ୍ଦକୁ ରାମଶିଷ ପ୍ରସାଦ ରାଜଭର ସୁନ୍ଦର ଭାବରେ ଦର୍ଶାଇଛନ୍ତି l ସୂର୍ଯ୍ୟସ୍ତ ସମୟ l ରକ୍ତିମ ଆଭା ଲିଭି ଯାଉଛି l ଆଗାମୀ କାଲିର ଚିନ୍ତନରେ ମଗ୍ନ ଦୁଇଟି ବଗବଗୁଲି, ଏକ ନଦୀ କୂଳରେ l ରୁବି କୁମାରୀ ବର୍ମାଙ୍କ ଉପସ୍ଥାପନା l ପଦ୍ମବନରେ ମାଆ ଦୁର୍ଗାଙ୍କୁ ରଶ୍ମିରେଖା ଧଳ ଆଙ୍କିଥିବା ବେଳେ ରଶ୍ମିବାଳା ସାହୁ ମାଆ ଦୁର୍ଗାଙ୍କୁ ଅଙ୍କିଥିଲେ l ସୁରୁ ମାଝୀ ସୁନ୍ଦର ଏକ ଶରତ ଋତୁର ଭୁଦୃଶ୍ୟ ଆଙ୍କିଥିବା ବେଳେ ପ୍ରିୟଙ୍କା ନାଗେଶ୍ୱରୀ ପ୍ରତିକୃତି ଆଙ୍କିଥିଲେ l ବଡ଼ବିଲରୁ ଆସିଥିବା ଶିଳ୍ପୀ ପବିତ୍ର ମୋହନ ପାତ୍ର ରାଉରକେଲା ସହରର ଏକ ଗହଳି ପୂର୍ଣ୍ଣ ରାସ୍ତାକୁ ଚିତ୍ରିତ କରିଥିଲେ l ରାଉରକେଲାରେ ନୂତନ ଭାବେ ଗଢି ଉଠିଥିବା ଏଫ ଇ ଟୁ ଆରକେଡ଼କୁ ଅତି ନିପୁଣ ଭାବରେ ରମେଶ ଚନ୍ଦ୍ର ପାତ୍ର ଅଙ୍କିତ କରି ଦର୍ଶକମାନଂକୁ ଆକର୍ଷିତ କରଥିଲେ l ଚିତ୍ରକଳାଟି ଫୋଟ କି ଅଙ୍କିତ ଚିତ୍ରର ଭ୍ରମ ସୃଷ୍ଟି କରୁଥିଲା l ବନ୍ୟପଶୁ ସଂରକ୍ଷଣ ଓ ସୁରକ୍ଷା ପ୍ରତି ଜାଗୁରତା ଆଧାରିତ ବନିତା ପୁରୋହିତ ଙ୍କର “ବନ୍ୟ ମୃଗ ” ସିଦ୍ଧାର୍ଥ ଶଙ୍କର ଜେନା ଙ୍କର “ହୁଙ୍କାରରତ ବାଘ” ଓ ସସ୍ମିତା ପଟ୍ଟନାୟକ ଙ୍କର “ଘାଏଲ ବାଘ” ଆକର୍ଷଣୀୟ ହୋଇଥିଲା l ଚିତ୍ରକଳା ପ୍ରଦର୍ଶନୀଟି ଅକ୍ଟୋବର ୧୭ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା l ରାଉରକେଲାରେ ଚିତ୍ରକଳା ମାଧ୍ୟମ ରେ କଳା ସଂସ୍କୃତି ପ୍ରତି ସଚେତନତା ପ୍ରଦାନ ପାଇଁ ଯଶପାଲ ସ୍ମୃତି ଚିତ୍ରାଳୟ କଳାସୃଜନୀ ମାଧ୍ୟମରେ ଏହିପରି ପ୍ରଦର୍ଶନୀ ଆଗକୁ ମଧ୍ୟ ଆୟୋଜନ କରିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ରମେଶ ଚନ୍ଦ୍ର ପାତ୍ର ଜଣାଇଥିଲେ l
ରିପୋର୍ଟ-ସନାତନ ମହାକୁଡ଼