ଘୁମୁସର ଗବେଷଣା ପ୍ରତିଷ୍ଠାନର ଦୁଇ ଦିନିଆ ଇତିହାସ ଜାତୀୟ ପାଠଚକ୍ରର ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ଭଞ୍ଜନଗର(୨୧/୯) : ୨୦୧୭ ମସିହାରେ ପ୍ରତିଷ୍ଠିତ ଘୁମୁସର ଗବେଷଣା ପ୍ରତିଷ୍ଠାନର ପରିଚାଳନା ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସେପ୍ଟେମ୍ବର ୨୦ ତାରିଖ ଦିନ ଡ.ସନ୍ତୋଷ କୁମାର ଆପଟଙ୍କ ସଭାପତିତ୍ୱରେ ଭଞ୍ଜନଗର ଲଣ୍ଡେଇସାହି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଗାମୀ ନଭେମ୍ବର ୨୮ ଏବଂ ୨୯ ତାରିଖରେ ଭାରତୀୟ ଇତିହାସ ପରିଷଦ ଆର୍ଥିକ ସହାୟତାରେ ଏକ ଦୁଇ ଦିନିଆ ଜାତୀୟ ପାଠଚକ୍ର ଆୟୋଜନ କରିବାପାଇଁ ନିଷ୍ପତ୍ତି ନିଆଗଲା । ୭୦ ଜଣରୁ ଉର୍ଦ୍ଧ ଗବେଷକ ନିଜ ନିଜର ଗବେଷଣାତ୍ମକ ନିବନ୍ଧ ଉପସ୍ଥାପିତ କରିବାକୁଥିବା ଏହି ଜାତୀୟ ପାଠଚକ୍ରରେ ପାଞ୍ଚ ଜଣ ବିଶିଷ୍ଟ ଐତିହାସିକଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି ବୈଠକରେ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ପରିଚାଳନା ସମିତିର ସଦସ୍ୟମାନଙ୍କ ମଧ୍ୟରେ ଦାଇତ୍ୱ ପ୍ରଦାନ କରାଇଥିବା ଏହି ଦୁଇଦିନିଆ ପାଠଚକ୍ରର ସଂଯୋଜକ ଡ.ଶ୍ୟାମା ପ୍ରସାଦ ମିଶ୍ର ଜଣାଇଛନ୍ତି । ଏହି ବୈଠକରେ ଡ.ସନ୍ତୋଷ କୁମାର ଆପଟ, ଡ. ଶିରିଷ କୁମାର ଷଡଙ୍ଗୀ, ଦାମୋଦର ଷଡଙ୍ଗୀ, ତପନ କୁମାର ମିଶ୍ର, ଲୋକନାଥ ମହାନ୍ତି, ଡ.ରବୀନ୍ଦ୍ର କୁମାର ମିଶ୍ର, ଅଶୋକ କୁମାର ସ୍ୱାଇଁ, ବାବୁଲା ପ୍ରଧାନ, ଅଜୟ କୁମାର ବିଶ୍ବାଳ, ବିଶ୍ୱଜିତ ସ୍ବାଇଁ, ନେତାଜି ବିଷୋୟୀ ପ୍ରମୁଖ ଯୋଗଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ଶ୍ରୀ ଅଶୋକ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।ରିପୋର୍ଟ-ସନାତନ ମହାକୁଡ଼।

Comments are closed.