ନିଳାଦ୍ରୀବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ସମ୍ବାଦ ର ପୂର୍ବତନ ପ୍ରକାଶକ ସ୍ବର୍ଗତ ବିଜୟ ପଟ୍ଟନାୟକଙ୍କୁ ତାଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଭାବ ବିହ୍ଵଳ ଶ୍ରଦ୍ଧାଞ୍ଜଳି

0

ଭୁବନେଶ୍ୱର-୨୧/୦୮– ନିଳାଦ୍ରୀବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ସମ୍ବାଦ ର ପୂର୍ବତନ ପ୍ରକାଶକ ସ୍ବର୍ଗତ ବିଜୟ ପଟ୍ଟନାୟକଙ୍କୁ ତାଙ୍କ ଷଷ୍ଠ ବାର୍ଷିକ ପୁଣ୍ୟତିଥି ଅବସରରେରେ ଭାବ ବିହ୍ଵଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି I ବିଜୟ କୁମାର ପଟ୍ଟନାୟକ ମେମୋରିଆଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଏକ ସୃତି ସଭାରେ ଅନ୍ୟାନ୍ୟ ବିଶିଷ୍ଟ ଅତିଥି ମାନଙ୍କ ସହିତ ଯୋଗ ଦେଇ ସଂଘର ସଭାପତି ଡ଼. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଏବଂ ସାଧାରଣ ସମ୍ପାଦକ ବିଶ୍ୱଜିତ ପଟ୍ଟନାୟକ ସ୍ବର୍ଗତ ପଟ୍ଟନାୟକଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କୁ ଏକ କର୍ମଜୀବି, ପରୋଉପକାରୀ ବ୍ୟକ୍ତିତ୍ୱ ତଥା ଛାପା ଗଣମାଧ୍ୟମର ପ୍ରଚାର ପ୍ରସାର କ୍ଷେତ୍ରରେ ଏକ ମାଇଲ୍ଖୁଣ୍ଟ ବୋଲି ଅଭିହିତ କରିଥିଲେ I ଏହି ଅବସରରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିବୃନ୍ଦ ଯଥା ଟ୍ରଷ୍ଟର ସଭାପତି ସୌମ୍ୟ ରଞ୍ଜନ ପଟ୍ଟନାୟକ, ସମ୍ବାଦ ଓ କନକ ନିଉଜ଼ର ସଂପାଦକ ତନୟା ପଟ୍ଟନାୟକ, ଟ୍ରଷ୍ଟି  ଅଜୟ କୁମାର ପଟ୍ଟନାୟକ, ପ୍ରମେୟ ଓ ନିଉଜ଼ର ଗୃପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର,ସ୍ବର୍ଗତ ପଟ୍ଟନାୟକଙ୍କ ସୁପୁତ୍ର ଡ଼. ସ୍ୱରୂପ ପଟ୍ଟନାୟକଙ୍କ ସହିତ ଆଲୋଚନା କରି ସ୍ବର୍ଗତ ପଟ୍ଟନାୟକଙ୍କ ଶୃତିକୁ ଆହୁରି ବ୍ୟାପକ କରିବା ପାଇଁ ବିଦ୍ୟାଳୟ ସ୍ତରରେ ବକୃତା ତଥା ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରିବାର ପ୍ରସ୍ତାବ ଦେବାସହ ସାମ୍ବାଦିକତା ତଥା ସମାଜସେବା କ୍ଷେତ୍ରରେ ପ୍ରମୁଖ ଅବଦାନ ପାଇଁ ଏକ ବିଜୟ ପଟନାୟକ ସୃତି ସମ୍ମାନ ଦେବାପାଇଁ ଅନୁରୋଧ ରଖିଥିଲେ I  ସଂଘର ଏହି ଆଭିମୁଖ୍ୟକୁ ସର୍ବସାଧାରଣରେ ପ୍ରଶଂସା କରାଯାଇଥିଲା I

 

 

Leave A Reply

Your email address will not be published.