ରାଜଧାନୀର ଏକ ଘରୋଇ କଲେଜରେ ପଡ଼ୁଥିବା ଯୁକ୍ତ ଦୁଇ ଛାତ୍ର ନିଖୋଜ।

ଭୁବନେଶ୍ୱର : (ବିବି ନିୟୁଜ ବ୍ୟୁରୋ) ରାଜଧାନୀର ଏକ ଘରୋଇ କଲେଜରେ ପଡ଼ୁଥିବା ଯୁକ୍ତ ଦୁଇ ଛାତ୍ର ନିଖୋଜ। ଛାତ୍ର ଜଣକ ହେଲେ ହୃଦେଶ ପଣ୍ଡା। ସେ ପଟିଆ ଅଞ୍ଚଳରେ ଥିବା ଏକ ଘରୋଇ କଲେଜରେ ପଢୁଥିଲେ। ଗତ ରାତିରେ କଲେଜର ଚେୟାରମ୍ୟାନ ତାଙ୍କୁ ମାଡ଼ ମାରିଥିବା ସହିତ କଲେଜରେ ରାଗିଂ କରାଯାଇଥିବା ମଧ୍ୟ ବାପାଙ୍କୁ ଫୋନରେ କହିଥିଲେ। ଆଜି ସକାଳୁ ତାଙ୍କର କୌଣସି ଖୋଜଖବର ମିଳୁ ନ ଥିବା ସଂପର୍କରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି। କଲେଜ କର୍ତ୍ତୃପକ୍ଷ ଏ ସମ୍ପର୍କରେ କିଛି କହୁ ନ ଥିବାରୁ ନ୍ୟାୟ ପାଇବା ପାଇଁ ଛାତ୍ର ହୃଦେଶଙ୍କ ବାପା ରାମକୃଷ୍ଣ ପଣ୍ଡା କଲେଜର ଅଧ୍ୟକ୍ଷଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି।

Comments are closed.