ନୂଆଦିଲ୍ଲୀ: କତରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଭାରତୀୟ ରାଷ୍ଟ୍ରଦୂତ ଓ ଦୂତାବାସ ଅଧିକାରୀମାନେ ଭେଟିଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଭାରତୀୟ ରାଷ୍ଟ୍ରଦୂତ ସମସ୍ତ ୮ ଜଣଙ୍କୁ ଭେଟିଛନ୍ତି। ଆବେଦନ ପରେ ଏହି ମାମଲାରେ କୋର୍ଟରେ ଏପର୍ଯ୍ୟନ୍ତ ଦୁଇଟି ଶୁଣାଣି ହୋଇଛି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, କତାରରେ ୮ ଜଣ ପୂର୍ବତନ ନୌସେନା କର୍ମଚାରୀଙ୍କ ଫାଶୀ ଦଣ୍ଡାଦେଶ ମାମଲାରେ ଆମର ଆବେଦନର ଦୁଇଥର ଶୁଣାଣି ହୋଇଛି। ଆମେ ଏହି ମାମଲାର ଅନୁଧ୍ୟାନ କରୁଛୁ ଏବଂ ସମସ୍ତ ଆଇନଗତ ସହାୟତା ପ୍ରଦାନ କରୁଛୁ । ଗତ ରବିବାର (ଡିସେମ୍ବର ୩) ଜେଲରେ ଥିବା ୮ ଜଣଙ୍କୁ ଭେଟିବା ପାଇଁ ଆମ ରାଷ୍ଟ୍ରଦୂତଙ୍କୁ କନ୍ସୁଲାର ଆକସେସ୍ ମିଳିଥିଲା। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ, କିନ୍ତୁ ଆମେ ଯାହା କରିପାରିବା ତାହା କରିବୁ।
Comments are closed.