ପିଲାଟିର ନାମ ଖୁଦୀରାମ
୧୯୮୯ ମସିହା ଅଗଷ୍ଟ ୩ ତାରିଖ ଅବିଭକ୍ତ ବଙ୍ଗଳାର ମେଦିନପୁରର ତ୍ରିଲୋକ୍ୟନାଥ ବୋଷଙ୍କ ଲକ୍ଷ୍ମୀପ୍ରିୟା ଦେବୀ ପୁତ୍ରଟିଏ ଜନ୍ମ ଦେଲେ , ଘରେ ଖୁସିର ମାହୋଲ , ତଥାପି ମନରେ ଅଜଣା ଭୟଥାଏ , କାରଣ ପୂର୍ବରୁ ତ୍ରିଲୋକ୍ୟନାଥଙ୍କର ଦୁଇଟି ପୁଅ କଅଁଳ ବୟସରେ ରୋଗରେ ପଡି ମୃତ୍ୟୁ ବରଣ କରିଥିଲେ , ତେଣୁ ପିଲାଟିକୁ ରିଷ୍ଟ ଖଣ୍ଡନ ପାଇଁ ତ୍ରିଲୋକ୍ୟନାଥଙ୍କ ଭଉଣୀ ତିନି ମୁଠା ଖୁଦ ଦେଇ ପିଲାଟିକୁ କିଣିନେଲେ , ଖୁଦ ଦେଇ କିଣି ଥବାରୁ ସେହି ପିଲାଟିର ନାମ ଖୁଦୀରାମ ରଖାଗଲା ।
ଖୁଦୀରାମ ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲେ , ପରେ ଅନୁଶୀଳନୀ ସମିତି ନାମକ ଏକ ସଂସ୍ଥାରେ ଯୋଗ ଦେଇଥିଲେ , ସେହି ସଂସ୍ଥା କ୍ରାନ୍ତୀର ପ୍ରଚାର ପ୍ରସାର କରୁଥିଲା । ବ୍ରିଟିଶ ସରକାର ବିରୋଧରେ ପ୍ରଚାରପତ୍ର ବାଣ୍ଟି ୧୫ ବର୍ଷ ବୟସରେ ପ୍ରଥମ ଥର ଗିରଫ ହୋଇଥିଲେ , ସେତେବେଳେ ଡ଼ଗ୍ଲସ କିଙ୍ଗସ ଜିଲ୍ଲା ସେସନ୍ ଜଜ୍ ଥିଲା , ସ୍ୱତନ୍ତ୍ରତା ସଂଗ୍ରାମୀ ମାନଙ୍କ ଉପରେ ବହୁତ ଅତ୍ୟାଚାର କରୁଥିଲା , ଏଥିରେ ଅତିଷ୍ଠ ହୋଇ ଅନୁଶୀଳନୀ ସମିତିରେ ଡ଼ଗ୍ଲସକୁ ହତ୍ୟା କରି ଭାରତୀୟ ମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରତିଶୋଧ ନେବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା , ଯୋଜନା ଅନୁଯାୟୀ ଗୋଟେ ବହି ଭିତରେ ବମ୍ ରଖି ବ୍ରିଟିଶ ଅଫିସର ଡ଼ଗ୍ଲସ ପାଖକୁ ପଠା ଯାଇଥିଲା , କିନ୍ତୁ କୌଣସି କାରଣ ବଶତଃ ଡ଼ଗ୍ଲସ ସେ ବହିଟିକୁ ନ ଖୋଲିବାରୁ ଯୋଜନାଟି ନିଷ୍ଫଳ ହୋଇଯାଇଥିଲା , ତେଣୁ ସମିତି ରଣନୀତି ବଦଳାଇ ଡ଼ଗ୍ଲସକୁ ସିଧାସଳଖ ଆକ୍ରମଣ କରିବା ପାଇଁ ନିଷ୍ପତ୍ତି ନେଇଥିଲା , ଡ଼ଗ୍ଲସ ଉପରେ ସାମ୍ଭାବ୍ୟ ଆକ୍ରମଣର ଆଭାସ ପାଇଁ ବ୍ରିଟିଶ ସରକାର ତାକୁ ବିହାର ମୁଜାଫରପୁର କୁ ବଦଳି କରିଦେଲେ , ତଥାପି ଡ଼ଗ୍ଲସକୁ ହତ୍ୟା କରିବା ପାଇଁ ଖୁଦୀରାମ ନିଜର ସହଯୋଗୀ ପ୍ରଫୁଲ୍ଲ କୁମାର ଚାକିକୁ ସାଥିରେ ନେଇ ୧୯୦୮ ଅପ୍ରେଲ ୩ ରେ ମୁଜାଫରପୁରରେ ପହଞ୍ଚି ମୋତିଝିଲ ନାମକ ଏକ ଧର୍ମଶାଳାରେ ଆଶ୍ରୟ ନେଇଥିଲେ , ଜଣେ ବଙ୍ଗାଳି ଜମିଦାର ଏହି ଧର୍ମଶାଳାର ମାଲିକ ଥିଲେ , ମୁଜାଫରପୁରରେ ରହି
ଡ଼ଗ୍ଲସର ଦୈନଦିନ ଗତିବିଧି ଉପରେ ନଜର ରଖୁଥିଲେ , ୩୦ ଏପ୍ରିଲ ଦିନ ଖୁଦୀରାମ ଓ ସହଯୋଗୀ ପ୍ରଫୁଲ୍ଲ ଉଭୟ ଡ଼ଗ୍ଲସ ରହୁଥିବା କିଙ୍ଗସ୍ଫୋର୍ଟ ହାଉସ ଭିତରକୁ ପ୍ରବେଶ କରିଥିଲେ , ସେଠାକାର ଗାର୍ଡ ଦୁଇଜଣଙ୍କୁ ସଠାରୁ ଘଉଡାଇ ଦେବାରୁ ସେମାନେ କିଛି ଦୂରରେ ଥିବା ଗୋଟିଏ ଗଛ ମୂଳରେ ବସିଥିଲେ , ଗାର୍ଡ ମଧ୍ୟ ଛୋଟପିଲା ଭାବି ସେମାନଙ୍କୁ ଏତେ ଗୁରୁତ୍ୱ ଦେଇନଥିଲା , ସେଦିନ କିଙ୍ଗସ୍ଫୋର୍ଟକୁ ଲୋକାଲ ବାରିଷ୍ଟର କେନେଡ଼ିଙ୍କ ପରିବାର ମଧ୍ୟ ଆସିଥିଲା , ପାର୍ଟିର ଆସର ସରିବା ପରେ ସମସ୍ତେ ବାହାରକୁ ଆସିଥିଲେ , ବାହାରେ କିଛି ବଗି ଛିଡା ହୋଇଥିଲା , ସମସ୍ତେ ନିଜ ନିଜ ବଗିରେ ବସିଥିଲେ , ସେହି ସମୟରେ ଖୁଦୀରାମ ଗୋଟିଏ ବଗିକୁ ଲକ୍ଷକରି ବମ୍ ଫିଙ୍ଗିଥିଲେ , ଖୁଦୀରାମ ଭାବିଥିଲେ ସେ ନିଜ ମିଶନରେ ସଫଳ ହୋଇଗଲେ କିନ୍ତୁ ଦୁର୍ଭାଗ୍ୟ ବଶତଃ ସେହି ବଗିରେ କେନେଡିଙ୍କ ପତ୍ନୀ ଓ ଝିଅ ଥିଲେ , ବୋମାମାଡ କରି ଖୁଦୀରାମ ଓ ସାଥି ପ୍ରଫୁଲ ଘଟଣା ସ୍ଥଳରୁ ଦୌଡ଼ି ପଳାଇ ଯାଇଥିଲେ ହେଲେ ଭୁଲ ବଶତଃ ନିଜର ଚପଲ ଓ ଚାଦର ଘଟଣାସ୍ଥଳରେ ଛାଡି ଯାଇଥିଲେ ସେହି ବିଶେଷ ଧରଣର ଚାଦର କେବଳ ବଙ୍ଗାଳି ମାନେ ବ୍ୟବହାର କରୁଥିଲେ ,ଘଟଣାଟି ବିଜୁଳି ବେଗରେ ଖେଳିଗଲା , ବ୍ରିଟିଶ ସରକାର ଘୋଷଣା କଲା ଯେଉଁ ଦୁଇଜଣ ବଙ୍ଗାଳି ଯୁବକଙ୍କ ମୁଣ୍ଡ ବଦଳରେ ୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କଲା , ଏପଟେ ଦୁଇ ଜଣ ଏକା ସାଙ୍ଗରେ ଗଲେ ଧରପଡିବାର ଅଧିକ ସମ୍ଭାବନା ଥିବାରୁ , ଖୁଦୀରାମ ଓ ସାଥି ପ୍ରଫୁଲ ଅଲଗା ଅଲଗା ହୋଇ ଯାଇଥିଲେ , ୧ ମୟୀ ୧୯୦୮ ରେ ପ୍ରଫୁଲ୍ଲ ସମସ୍ତିପୁର ରେଲୱେ ଷ୍ଟେସନରେ ପହଞ୍ଚି ଟେନରେ ବସିଥିଲେ ,ନିଜ ପରିଚୟ ଲୁଚାଇବା ପାଇଁ ନୂଆ ବସ୍ତ୍ର ଓ ଚପଲ ପିନ୍ଧିଥିଲେ, ସେହି ସମୟରେ ପ୍ରଫୁଲ୍ଲଙ୍କ ସହିତ ଜଣେ ବଙ୍ଗାଳି ପୋଲିସ ନନ୍ଦଲାଲ ବାନାର୍ଜୀ ଯାତ୍ରା କରୁଥାନ୍ତି , ପ୍ରଫୁଲଙ୍କ ଉପରେ ସନ୍ଦେହ ହେବାରୁ ସେହି ବଙ୍ଗାଳି ଜଣକ ପରବର୍ତ୍ତୀ ଷ୍ଟେସନରେ ପୋଲିସକୁ ଖବର ଦେଇଥିଲା ,ଖବରପାଇ ପୋଲିସ ଷ୍ଟେସନକୁ ଘେରାଉକରି ସନ୍ଦେହରେ ପ୍ରଫୁଲ୍ଲଙ୍କୁ ଗିରଫ କରି ଥାନାକୁ ନେବା ସମୟରେ ପୋଲିସ ହାତରୁ ଖସିଯାଇ ନିଜ ପାଖରେ ଥିବା ବନ୍ଧୁକରୁ ପୋଲିସ ଉପରୁ ଗୁଳି ଚଳାଇଥିଲେ , କିନ୍ତୁ ପୋଲିସ କବଳରୁ ଖସିବାର ସମ୍ଭାବନା ନଥିଲା , ତେଣୁ ପୋଲିସ ହାତରେ ଧରା ପଡିବା ପୂର୍ଵରୁ ନିଜ ପାଖରେ ଥିବା ବନ୍ଧୁକରୁ ନିଜ ମୁଣ୍ଡକୁ ଗୁଳି କରିଥିଲେ , ପ୍ରଫୁଲଙ୍କ ପରିଚୟ ଜାଣିବା ପାଈଁ ପୋଲିସ ତାଙ୍କ ମୁଣ୍ଡ କାଟି କଲିକତା ପଠାଇଥିଲା , ଅନ୍ୟପଟେ ରେଲୱେ ଟ୍ରାକରେ ୩୦ କିଲୋମିଟର ଚାଳିଚାଲି ପୁସା ଷ୍ଟେସନ ପାଖରେ ପହଞ୍ଚି ପାଣି ପିଉଥିବା ସମୟରେ ପୋଲିସ ତାଙ୍କୁ ଘେରି ଯାଇଥିଲା , ସେତେବେଳେ ସେ ଏତେ କ୍ଳାନ୍ତ ହୋଇ ଯାଇଥିଲେ ତାଙ୍କ ପାଖରେ ବନ୍ଧୁକ ଥିଲେ ମଧ୍ୟ ଗୁଳି ଚଳାଇ ପାରିନଥିଲେ ପୋଲିସ ତାଙ୍କୁ ଗିରଫ କରି ମୁଜାଫରପୁର ନେଇ ଯାଇଥିଲା , ଏହି ଖବର ବିଜୁଳି ବେଗରେ ଖେଳି ଯାଇଥିଲା , କେହି ବିଶ୍ୱାସ କରିନଥାନ୍ତି ଯେ ୧୮ ବର୍ଷର ପିଲା ଏତେବଡ଼ ଘଟଣା ଘଟାଇ ପାରେ , ୧୩ ଜୁନ ୧୯୦୮, ମୁଜ୍ଜାଫରପୁର ଅଦାଲତରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଉପସ୍ଥିତରେ ଏହି ମାମଲାର ବିଚାରକରି ବିଚାରପତି ଖୁଦିରାମଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ , ଜଜ ବି ଆଶ୍ଚର୍ଯ୍ୟ ଥିଲେ କାରଣ ମୃତ୍ୟୁ ଦଣ୍ଡାଦେଶ ଶୁଣିବା ପରେ ମଧ୍ୟ ଖୁଦୀରାମଙ୍କ ମୁହଁରେ ହସଥିଲା , ବିଚାରପତି ଖୁଦିରାମଙ୍କ ଉଦ୍ଦେଶ୍ୟରେ ପଚାରିଥିଲେ କୋର୍ଟର ରାୟ କୁ ବୁଝି ପାରୁଛନ୍ତି କି ନାହିଁ , ଖୁଦୀରାମ ନିଜ ପକ୍ଷ ରଖିବା ପାଇଁ ଅନୁମତି ମାଗି ଵମ କେମିତି ତିଆରି କରାଯାଏ ତାହାର ବର୍ଣ୍ଣନା କରିବା ପାଇଁ , ହେଲେ ଜଜ ଏଥିପ୍ରତି କର୍ଣ୍ଣପାତ କରିନଥିଲେ ।
ଶେଷରେ ୧୧ ଅଗଷ୍ଟ ୧୯୦୮ ଫାଶୀ ଦେବାପାଇଁ ରାୟ ଶୁଣାଇ ଥିଲେ
ଉପେନ୍ଦ୍ର ନାଥ ବସୁଙ୍କ ଲେଖାରୁ .. ସେଦିନ ମୋତେ ଓ ଓକିଲ କ୍ଷେତ୍ରନାଥ ବନ୍ଦୋପାଧ୍ୟାୟ ଉପସ୍ଥିତ ରହିବାକୁ ଅନୁମତି ପାଇଥାନ୍ତି ।ଭୋର ୬ ଟାରେ ଫାଶୀ ଦିଆ ଯିବ । ଗାଡି ଉପରେ ଗୋଟିଏ ଖଟିଆ ଓ କିଛି ସତ୍କାର ସାମଗ୍ରୀ , ବସ୍ତ୍ର ଇତ୍ୟାଦି ଧରି ଜେଲ ଫାଟକ ନିକଟରେ ଭୋର ୫ ଟାରେ ପହଞ୍ଚି ଥିଲେ । ଜେଲ ର ସାମ୍ନା ରାସ୍ତା ଲୋକାରଣ୍ୟ । ଫାଶୀ ର ପ୍ରାଙ୍ଗଣର ଡାହାଣ ଦିଗରେ କିଛି ଦୂରରେ ପ୍ରାୟ ୧୫ ଫୁଟ ଉଚ୍ଚ ର ଫାଶୀ ମଞ୍ଚ । ଦୁଇ ଦିଗରେ ଦୁଇଟି ମୋଟା ଖୁଣ୍ଟ, ଗୋଟିଏ ମୋଟା ଲୌହ ବାର ଦ୍ୱାରା ଛନ୍ଦା ଯାଇଥାଏ । ମଝିରେ ଫାଶୀ ଦଉଡି ଝୁଲୁଛି, ଏହାର ଶେଷ ଭାଗରେ ଫାଶ ।
ଟିକିଏ ଆଗକୁ ଗଲୁ । ୪ ଜଣ ପୋଲିସ ଖୁଦିରାମକୁ ଧରି ଆସୁଛନ୍ତି । କଥା ଟି ଠିକ ଠିକ କହି ପାରିଲି ନି । ଖୁଦିରାମ ଆଗେ ଆଗେ ଚାଲି ଯେମିତି ୪ ଜଣ ପୋଲିସ କୁ ଟାଣି ଆଣୁଥାଆନ୍ତି । ଉପେନ୍ଦ୍ର ନାଥ ଓ କ୍ଷେତ୍ରନାଥଙ୍କୁ ଖୁଦୀରାମ ଟିକିଏ ହସିଥିଲେ ମଞ୍ଚ ଉପରେ ଚଢ଼ିଗଲେ । ତାଙ୍କ ହାତ ଦୁଇଟି ପଛକୁ ରଖି ବାନ୍ଧି ଦିଆ ଗଲା । ଗୋଟିଏ ସବୁଜ ରଙ୍ଗର ଟୋପି କୁ ଗ୍ରୀବା ପର୍ଯ୍ୟନ୍ତ ଢାଙ୍କି ଦିଆ ଗଲା । ଖୁଦିରାମ ସାମାନ୍ୟ ହଲ ଚଲ ନ ହେଇ ସିଧା ଦଣ୍ଡାୟମାନ । ଏଣେ ତେଣେ ଅନେଇବାର ନାହିଁ ।
ଉଡ଼ମ୍ୟାନ ସାହେବ ଘଡି କୁ ଦେଖି ଗୋଟିଏ ରୁମାଲ ହଲେଇ ଦେଲେ । ପାର୍ଶ୍ଵରେ ଠିଆ ହେଇଥିବା ଜଣେ ପ୍ରହରୀ ହ୍ୟାଣ୍ଡଲ ଟିକୁ ତଳକୁ ଖସେଇ ଦେଲା । ଖୁଦିରାମ ଅଦୃଶ୍ୟ ହେଇଗଲେ । କେବଳ କିଛି ସେକେଣ୍ଡ ପାଇଁ ଉପର ର ଦଉଡି ଟି ସାମାନ୍ୟ ହଲୁଥିଲା । ତାପରେ ସବୁକିଛି ସ୍ଥିର ।
ରାସ୍ତାର ଦୁଇ ପାର୍ଶ୍ଵରେ ପୋଲିସ ପ୍ରହରୀ । ସେମାନଙ୍କ ପଛରେ ସହରର ଅଗଣିତ ଜନତା ଙ୍କ ଭିଡ଼ । ଅନେକ ଖୁଦିରାମ ଶବ ଉପରେ ଫୁଲ ଦେଇଗଲେ । ଶ୍ମଶାନ ରେ ବି ଫୁଲ ଅର୍ପଣର ଧାଡି ଲାଗିଲା ।
ଚିତା ଉପରେ ଚଢ଼େଇବା ପୂର୍ବରୁ ସ୍ନାନ କରେଇଲା ବେଳେ ଦେଖିଲି ମସ୍ତକ ଟି ମେରୁଦଣ୍ଡ ଚ୍ୟୁତ ହେଇ ଛାତି ଉପରେ ଝୁଲି ପଡିଛି ।
ଗଭୀର ଦୁଃଖ, ବେଦନା , କ୍ରୋଧ ରେ ଭାରାକ୍ରାନ୍ତ ଛାତି ଉପରେ ମଥା ଟି ରଖିଲି ।
ସ୍ନାନ କରେଇ ଚିତା ଉପରେ ରଖାଗଲା । ଫୁଲରେ ସମଗ୍ର ଶରୀର ଢାଙ୍କି ଦିଆ ଗଲା । କେବଳ ତାର ହାସ୍ୟଜ୍ୟୋଳ ମୁଖ ଟି ଅନବୃତ ରହିଲା । ଶରୀର ଟି ଭସ୍ମୀଭୂତ ହେବା କୁ ବେଶି ସମୟ ଲାଗିଲା ନାହିଁ । ଅଗ୍ନି କୁ ନିର୍ବାପିତ କରିବାକୁ ଯେତେବେଳେ ପ୍ରଥମ କଳସ ର ପାଣି ଚିତା ରେ ଢାଳିଲି କିଛି ଉତ୍ତପ୍ତ ଭସ୍ମରାଶୀ ମୋ ଛାତିରେ ପଡିଗଲା ।ସେଥିପାଇଁ ଜ୍ୱାଳା ଅନୁଭବ କରିବା ଅବସ୍ଥାରେ ମୁଁ ନଥିଲି ।
ଶ୍ମଶାନ ରେ ଉପସ୍ଥିତ ଆମେ ବନ୍ଧୁଗଣ ସ୍ନାନ କରିବା ପାଇଁ ନଦୀ ଅଭିମୁଖେ ଅଗ୍ରସର ହେଲୁ । ପୋଲିସ ପ୍ରହରୀ ନିଜ ରାସ୍ତାରେ ବିଦାୟ ହେଇ ଗଲେ ।ଆମେ ସମାନ ସ୍ୱର ରେ ବନ୍ଦେ ମାତରଂ ଧ୍ୱନି କରି କିଛି ଟା ଛାତିର କୋହ କୁ ଲାଘବ କରି ଯିଏ ଯା ଘରକୁ ବିଦାୟ ନେଲୁ । ସାଙ୍ଗରେ ନେଇ ଆସିଲୁ ଏକ ଟିଣ ପାତ୍ରରେ କିଛି ଚିତାଭସ୍ମ । ଭୂମିକମ୍ପ ରେ ସେଇ ପବିତ୍ର ଚିତା ଭସ୍ମ କୋଉଠି ହରେଇ ଦେଇଛି ।।
💐💐💐💐💐💐💐
ହେ ମହାନ ସହିଦ ତୁମକୁ ଆଜିର ଦିନରେ କୋଟି କୋଟି ପ୍ରଣାମ । ମାନବ ଜାତି ଯେତେ ଦିନ ଥିବ ତମର ଏହି ଅମ୍ଳାନ ସ୍ମୃତି ଅଲମ୍ପିକ ର ସେଇ ପ୍ରଜ୍ବଳିତ ଅଗ୍ନିଶିଖା ପରି ପିଢ଼ି ପରେ ପିଢ଼ି ପ୍ରଜ୍ବଳିତ ହେଇ ଅଗ୍ରସର ହେଉଥିବ ।
Comments are closed.