ତୁର୍କୀ ଓ ସିରିଆ ଭୂକମ୍ପ : ମୃତ୍ୟୁ ସଂଖ୍ୟା ୪୨ ହଜାର ଟପିଲା, ୨୪୮ ଘଣ୍ଟା ପରେ ନାବାଳକ ଉଦ୍ଧାର

ଅଙ୍କାରା : ତୁର୍କୀ ଓ ସିରିୟାରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୪୨ ହଜାର ଟପିଛି । ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ମଧ୍ୟ ଭଗ୍ନାବଶେଷ ମଧ୍ୟରୁ ଜୀବନ୍ତ ଓ ମୃତକଙ୍କୁ ଉଦ୍ଧାର କରାଯାଉଛି । ଭୂମିକମ୍ପର ୨୪୮ ଘଣ୍ଟା ପରେ ତୁର୍କୀର ଖାରମାନମାର୍ସ ସହରର ଭଗ୍ନାବଶେଷ ମଧ୍ୟରୁ ଗତକାଲି ଏକ ନାବାଳକକୁ ଜୀବନ୍ତ ଉଦ୍ଧାର କରାଯାଇଛି।

ତେବେ ପୀଡିତଙ୍କୁ ସହାୟତା ନିମନ୍ତେ ଜାତିସଂଘ ପକ୍ଷରୁ ବିଶ୍ବବାସୀଙ୍କୁ ନିବେଦନ କରାଯାଇଛି। ବିଶେଷକରି ତୁର୍କୀରେ ହୋଇଥିବା ଭୂମିକମ୍ପ ପୀଡିତଙ୍କ ସହାୟତା ନିମନ୍ତେ ଜାତିସଂଘ ୧୦୦ କୋଟି ଡଲାର ସହାୟତା ଯୋଗାଡ କରିବାକୁ ଯୋଜନା  କରିଛି। ଅନ୍ୟପଟେ ତୁର୍କୀ ଓ ସିରିୟାରେ ଭୂମିକମ୍ପ ମୃତ୍ୟୁସଂଖ୍ୟା ୪୨ହଜାର ଅତିକ୍ରମ କରିଛି।

Comments are closed.