ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା

ମୁମ୍ବଇ : ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଚେତନ ଶର୍ମା ଇସ୍ତଫା ଦେଇ​ଛନ୍ତି । ବିସିସିଆଇ ସଂପାଦକ ଜୟ ଶାହାଙ୍କ ପାଖକୁ ସେ ନିଜର  ଇସ୍ତଫା ପତ୍ର ପଠାଇଛନ୍ତି । ଏକ ବିବାଦୀୟ ମନ୍ତବ୍ୟକୁ ନେଇ ସେ ଚର୍ଚ୍ଚାରେ ଥିଲେ। ଜୟ ଶାହା ମଧ୍ୟ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିବା ଜଣାପଡିଛି।

ଏକ ଘରୋଇ ଚାନେଳର ଷ୍ଟିଙ୍ଗ ଅପରେସନରେ ଚେତନ ଶର୍ମା ବିସିସିଆଇ ତଥା ଟିମ ଇଣ୍ଡିଆର ଅନେକ ଗୋପନ କଥା କହିଦେଇଥିଲେ। ଏପରିକି କ୍ରିକେଟରମାନେ ନିଜକୁ ଫିଟ୍ ରଖିବା ପାଇଁ ନିଶା ଇଂଜେକସନ ନିଅନ୍ତି ବୋଲି କହିଥିଲେ। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା।

Comments are closed.