ସ୍ତ୍ରୀ’ର ମୃତ୍ୟୁ ପ‌ରେ ଗାତ ଖୋଳି ପୋତି ଦେଇଥି‌ଲା ସ୍ବାମୀ; ମାଟି ତଳୁ ମୃତଶରୀର କାଢ଼ି ତଦନ୍ତ ଆରମ୍ଭ କଲା ପୁଲିସ୍‌

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଭାଗଲପୁର ମୁଣ୍ଡାସାହିରେ ସ୍ତ୍ରୀର ମୃତଦେହ ପୋତି ଦେବା ପରେ ଘଟଣା ଭିନ୍ନ ମୋଡ଼ ନେଇଛି । ସ୍ତ୍ରୀ କୁ ହତ୍ୟା କରାଯାଇଥିବ ପୁଲିସ ଅଭିଯୋଗ ପାଇବା ପରେ ଆଜି ମୃତ ଦେହକୁ ଖୋଳି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତ ମାସ ୧୫ ତାରିଖରେ ରାମ ସିଂ ମୁଣ୍ଡାଙ୍କ ସ୍ତ୍ରୀ ବୁଧୁନି(୩୫)ଙ୍କ ମୃତଦେହ ଗଛରେ ଓହଳି ରହିଥିଲା। ତେବେ ରାମ ସିଂ କାହାକୁ କିଛି ନଜଣାଇ ସ୍ତ୍ରୀ ଙ୍କ ମୃତଦେହକୁ ଘର ବାଡିପଟେ ପୋତି ଦେଇଥିଲେ। ତାଙ୍କ ଝିଆରୀ ବୁଧୁନିଙ୍କୁ ରାମ ସିଂ ହତ୍ୟା କରିଥିବା ନେଇ ନେଇ ବୁଧୁନିଙ୍କ କାକା ଥାନରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଆଧାର କରି ପୁଲିସ ସ୍ଵାମୀ ରାମ ସିଂ ମୁଣ୍ଡାକୁ ଅଟକ ରଖି ତଦନ୍ତ ଜାରି ରଖିଛି। ଆଜି ମହିଳା ଙ୍କ ମୃତଦେହ ପୋତା ଯାଇଥିବା ସ୍ଥାନକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଳା ଯିବା ପରେ ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯିବ। ତଦନ୍ତ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ କହିଛି ।

Comments are closed.