କନ୍ଧମାଳରୁ ଗଞ୍ଜେଇ ଚାଲାଣ ବେଳେ ୪ ଜଣଙ୍କୁ ଧରିଲା ପୁଲିସ

ଭୁବନେଶ୍ୱର: କନ୍ଧମାଳରୁ ଗଞ୍ଜେଇ ଚାଲାଣ ବେଳେ ୪ଜଣଙ୍କୁ ଧରିଛି  ପୁଲିସ। ଦୁଇ ମହିଳା ଓ ଦୁଇ ପୁରୁଷଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରିଛି।  ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇ ପୁଲିସ ଚଢ଼ାଉ କରିଥିଲା। ତେବେ ଅଭିଯୁକ୍ତମାନେ ପୁଲିସକୁ ଚକମା ଦେଇ ଯାଉଥିବା ବେଳେ କାରକୁ ଧରିଥିଲା ତମାଣ୍ଡୋ ପୁଲିସ।

ଉକ୍ତ କରରୁ ୫୦ କେଜି ଗଞ୍ଜେଇ ଜବତ କରାଯାଛି। ଏଥିସହ ଉକ୍ତ କାରକୁ ମଧ୍ୟ ଜବତ କରାଯାଇଛି। ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ସମ୍ପର୍କରେ ସେମାନଙ୍କଠାରୁ ସୁରାକ ପାଇଛି ପୁଲିସ। ମହିଳାଙ୍କୁ ମୋହରା କରି ବାଲିଗୁଡ଼ାରୁ ୩ଟି ରାଜ୍ୟକୁ ସେମାନେ ଗଞ୍ଜେଇ ଚାଲାଣ କରୁଥିଲେ। ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ପୁଲିସର ଛାନଭିନ ଜାରି ରଖିଛି।

Comments are closed.