କଂଗ୍ରେସ କେବଳ ଦୁଇଟି କାମ କରେ: ମୋଦୀ

ନୂଆଦିଲ୍ଲୀ: ଗୁଜୁରାଟରେ ନିର୍ବାଚନ ପ୍ରଚାରର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଏବେ ନେତାମାନେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ପୁଣି ଥରେ ବିରୋଧୀ ଦଳ ଉପରେ ଘୋର ଆକ୍ରମଣ କରିଛନ୍ତି। ମୋଦୀ ଆଜି ପାଟନ ସମାବେଶରେ କଂଗ୍ରେସକୁ ଜୋରଦାର ଆକ୍ରମଣ କରି କହିଛନ୍ତି ଯେ କଂଗ୍ରେସ ପାଖରେ କେବଳ ଦୁଇଟି କାମ ଅଛି |

ପ୍ରଥମଟି ହେଉଛି ଇଭିଏମର ତ୍ରୁଟି ବାବଦରେ ଜଣାଇବା ଏବଂ ମୋଦୀକୁ ଗାଳି କରିବା | ନିର୍ବାଚନରେ ପରାସ୍ତ ହେବା ପରେ ଇଭିଏମକୁ ଦୋଷ ଦେବା ଓ ମୋତେ କେବଳ ସମାଲୋଚନା କରିବା କାମ ହିଁ କଂଗ୍ରେସ କରୁଛି | ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କଂଗ୍ରେସ ଦାରିଦ୍ର୍ୟ ହଟାଇବାକୁ କହୁଥିଲା, କିନ୍ତୁ ଆମେ ଦାରିଦ୍ର୍ୟ ହଟାଇଛୁ। କଂଗ୍ରେସ ଏହି ଦେଶରେ ଶୌଚାଳୟ ନିର୍ମାଣ କରିପାରିଲା ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ସରକାର ଗରିବ ଲୋକଙ୍କ ପାଇଁ ଖାତା ଖୋଲିଛନ୍ତି। ଆମେ ଗରିବଙ୍କ ବିଷୟରେ ଚିନ୍ତା କରୁ |

ପାଟନ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କରୋନା ସମୟରେ ତାଙ୍କ ସରକାରଙ୍କ ସଫଳତା ବିଷୟରେ ଉଲ୍ଲେଖ କରିଛନ୍ତି। ସୂଚନା ଥାଉ କି ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଗତକାଲି ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିବାବେଳେ ଆସନ୍ତା ୫ ଡିସେମ୍ବରରେ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ମତଦାନ ଅନୁଷ୍ଠିତ ହେବ | ଏହା ପରେ ପ୍ରାର୍ଥୀଙ୍କ ଭବିଷ୍ୟତ ଇଭିଏମରେ କଏଦ ହୋଇଯିବ । ଆଉ ଗୁଜୁରାଟ ବିଧାନସଭାର ଫଳାଫଳ ଡିସେମ୍ବର ୮ରେ ଜଣାପଡ଼ିଯିବ |

Comments are closed.