ବାରିପଦା: ଭିଜିଲାନ୍ସ ଜାଲରେ ତହସିଲ କିରାଣି। ମୟୂରଭଞ୍ଜ ଜିଲ୍ଲା ଯଶୀପୁର ତହସିଲର କନିଷ୍ଠ କିରାଣି ଭାର୍ଗବ ଚନ୍ଦ୍ର ମହାକୁଡ଼ଙ୍କୁ ମାଡିବସିଲା ଭିଜିଲାନ୍ସ। ଯଶୀପୁର ବ୍ଲକ କାଳିଆଣି ଗାଁର ଭୀଷ୍ମ ଚରଣ ହେମ୍ବ୍ରମଙ୍କ ଠାରୁ ଜମିପଟ୍ଟା କରିଦେବାକୁ ନେଇ ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ। ପୂର୍ବରୁ ମଧ୍ୟ ଭୀଷ୍ମଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଇଥିବା କହିଛନ୍ତି ଭାର୍ଗବ। ଭିଜିଲାନ୍ସ ବିଭାଗର କେନ୍ଦୁଝର ଓ ବାଲେଶ୍ଵର ଟିମ କର୍ମଚାରୀମାନେ ଟଙ୍କା ଜବତ ପରେ ଭାର୍ଗବକୁ ଗିରଫ କରିଛନ୍ତି।
Comments are closed.