‘ଇସ୍ରୋ’ ଗୁପ୍ତଚର ମାମଲା: ଅଭିଯୁକ୍ତ ଅଧିକାରୀଙ୍କ ଆଗୁଆ ଜାମିନ ମଞ୍ଜୁରିକୁ ରଦ୍ଦ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ବୈଜ୍ଞାନିକ ନମ୍ବୀ ନାରାୟଣନ୍‌ଙ୍କ ସହିତ ସମ୍ପୃକ୍ତ ଥିବା ‘ଇସ୍ରୋ’ ଗୁପ୍ତଚର ଘଟଣାରେ ଷଡ଼ଯନ୍ତ୍ର ଓ ପ୍ରମାଣ ଜାଲିଆତି କରିଥିବା ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ମିଳିଥିବା ଆଗୁଆ ଜାମିନକୁ ଆଜି ସୁପ୍ରିମ୍‌ କୋର୍ଟ ରଦ୍ଦ କରିଦେଇଛନ୍ତି।

ଉକ୍ତ ଆଗୁଆ ଜାମିନ ଆବେଦନର ପୁନଃଶୁଣାଣି କରିବା ଲାଗି ସୁପ୍ରିମ୍‌ କୋର୍ଟ କେରଳ ହାଇକୋର୍ଟଙ୍କୁ କହିଛନ୍ତି। ଜାମିନ ପାଇଁ ଆବେଦନ କରିବା ଲାଗି ହାଇକୋର୍ଟକୁ ଆସିବା ଲାଗି ଅଦାଲତ ସେମାନଙ୍କୁ ୫ ସପ୍ତାହ ନିମନ୍ତେ ଗିରଫଦାରିରୁ ସୁରକ୍ଷା ଦେଇଛନ୍ତି।

ବିଚାରପତି ଏମ୍‌.ଆର୍‌. ଶାହ ଏବଂ ସି. ଟି. ରବିକୁମାରଙ୍କ ଖଣ୍ଡପୀଠ ଏହି ମାଲାକୁ ପୁନର୍ବିଚାର କରିବା ଲାଗି ହାଇକୋର୍ଟକୁ ଫେରାଇ ଦେଇଛନ୍ତି।

ଅଦାଲତ କହିଛନ୍ତି, ସମସ୍ତ ଆବେଦନକୁ ମଞ୍ଜୁରି ମିଳିଛି। ହାଇକୋର୍ଟ ମଞ୍ଜୁର କରିଥିବା ସମସ୍ତ ଆଗୁଆ ଜାମିନ ଆବେଦନକୁ ରଦ୍ଦ କରାଗଲା। ମାମଲାର ଗୁରୁତ୍ବକୁ ଆଧାର କରି ହାଇକୋର୍ଟରେ ସେଗୁଡ଼ିକର ପୁନର୍ବିଚାର କରାଯିବ। ଜାମିନ ମଞ୍ଜୁର କରିବା ବେଳେ ଅଦାଲତ ଉଭୟ ପକ୍ଷଙ୍କର ଗୁରୁତ୍ବ ଉପରେ ଦୃଷ୍ଟି ଦେଇ ନାହାନ୍ତି।

ହାଇକୋର୍ଟ ହିଁ ଏହି ମାମଲାର ରାୟ ଶୁଣାଇବେ। ୪ ସପ୍ତାହ ମଧ୍ୟରେ ଏହି ଆଗୁଆ ଜାମିନ ଆବେଦନଗୁଡ଼ିକ ଉପରେ ରାୟ ଶୁଣାଇବାକୁ ହାଇକୋର୍ଟଙ୍କୁ ଆମର ଅନୁରୋଧ।

ସୂଚନାଯୋଗ୍ୟ, ଏହି ମାମଲାର ଅଭିଯୁକ୍ତମାନେ ‌ହେଲେ କେରଳର ପୂର୍ବତନ ‘ଡିଜିପି’ ଶିବି ମାଥ୍ୟୁସ୍‌, ଗୁଜରାଟର ପୂର୍ବତନ ‘ଏଡିଜିପି ଆର୍‌ବି ଶ୍ରୀକୁମାର ଏବଂ ଆଉ ତିନିଜଣ ବ୍ୟକ୍ତି।

Comments are closed.