ପରସ୍ପରକୁ ଡେଟ୍ କରୁଛନ୍ତି ପ୍ରଭାସ-କ୍ରିତି ! ବିବାହ କଥା ପଚରାଯିବାରୁ କ୍ରିତି କହିଲେ….

ମୁମ୍ବାଇ: ବହୁ ପ୍ରତୀକ୍ଷିତ ପ୍ୟାନ ଇଣ୍ଡିଆ ଫିଲ୍ମ ‘ଆଦିପୁରୁଷ’ରେ ପ୍ରଥମ ଥର ପାଇଁ ସାଥିରେ ନଜର ଆସିବେ ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ଅଭିନେତ୍ରୀ କ୍ରିତି ସାନନ୍। ‘ଆଦିପୁରୁଷ’ରେ ଦୁ‌ହେଁ ପ୍ରଥମ ଥର ପାଇଁ ‌ସାଙ୍ଗ ହୋଇ କାମ କରୁଥିବା ବେଳେ ଏବେ ପରସ୍ପରକୁ ଦୁହେଁ ଡେଟ୍ କରୁଥିବା ଚର୍ଚ୍ଚା ହେଉଛି। କୁହାଯାଉଛି ‌ଯେ, ଫିଲ୍ମ ସୁଟିଂ ସମୟରେ ଦୁହେଁ ପରସ୍ପରକୁ ମନ ଦେଇବସିଛନ୍ତି। ଫିଲ୍ମର ‘ଭେଡିଆ’ର ପ୍ରମୋସନ ସମୟରେ କ୍ରିତି ପ୍ରଭାସଙ୍କୁ ନେଇ କହିଥିବା କଥା ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇଛି। ଏକ ସାକ୍ଷାତକାରରେ ପ୍ରଭାସଙ୍କୁ ବିବାହ କରିବା ବିଷୟରେ କ୍ରିତି କହିବା ପରେ ଦୁହିଁଙ୍କ ପ୍ରଶଂସକଙ୍କ ଖୁସିର ସୀମା ନାହିଁ।

ଏକ ସାକ୍ଷାତକାରରେ ଯେତେବେଳେ କ୍ରିତିଙ୍କୁ ପଚରା ଯାଇଥିଲେ ଯେ, ସେ ଟାଇଗର ଶ୍ରଫ୍, ପ୍ରଭାସ ଏବଂ କାର୍ତ୍ତିକ ଆରୟନଙ୍କ ମଧ୍ୟରୁ କାହା ସହିତ ଫ୍ଲର୍ଟ କରିବେ, ଡେଟ କରିବେ ଏବଂ ବିବାହ କରିବେ, ସେତେବେଳେ ‘ଆଦିପୁରୁଷ’ ଅଭିନେତ୍ରୀ କହିଥିଲେ ଯେ ସେ କାର୍ତ୍ତିକଙ୍କ ସହ ଫ୍ଲର୍ଟ କରିବେ, ଟାଇଗରଙ୍କୁ ଡେଟ କରିବେ ଏବଂ ପ୍ରଭାସଙ୍କୁ ବିବାହ କରିବେ। ତାଙ୍କର ଏହି ଉତ୍ତର ପରେ ଦୁହେଁ ପରସ୍ପର ସହ ପ୍ରେମ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଇଣ୍ଡିଆ ଟୁଡେ ଚ୍ୟାନେଲରେ ହୋଇଥିବା ସାକ୍ଷାତକାରର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏବଂ ପ୍ରଶଂସକମାନେ ଏହାକୁ ନେଇ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି। ଅନ୍ୟ ଏକ ଭିଡିଓରେ,କ୍ରିତି ସାନନ ଜଣେ ଡେଙ୍ଗା ଶେହଜାଦାଙ୍କୁ ଡେଟ କରୁଥିବା ନେଇ କହିଛନ୍ତି ବରୁଣ ଧୱନ।

Comments are closed.