‘ଫିଫା ବିଶ୍ବକପ୍‌’ ବେଳେ ଧାର୍ମିକ ଭା‌ଷଣ ଦେବାକୁ କତାର୍‌ ଯାଇଛନ୍ତି ଇସ୍‌ଲାମୀୟ ପ୍ରବଚକ ଜାକିର୍‌ ନାଇକ୍‌

କତାର୍‌: ଭାରତରେ ମନି ଲଣ୍ଡରିଂ ଓ ଅସୂୟା ଭାଷଣ ଅଭିଯୋଗରେ ସମ୍ମୁଖୀନ ହୋଇଥିବା ବିବାଦୀୟ ଭାରତୀୟ ଇସ୍‌ଲାମୀୟ ପ୍ରବଚକ ଜାକିର୍‌ ନାଇକ୍‌ ‘୨୦୨୨ ଫିଫା ବିଶ୍ବକପ୍‌’ ଆଗରୁ ମାଲେସିୟାରୁ କତାର୍‌ ଗସ୍ତ କରିଥିବା କେତେକ ଗଣମାଧ୍ୟମ ରିପ‌ୋର୍ଟ କରିଛନ୍ତି।

‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଓ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ ଖୋଜୁଥିବା ନାଇକ୍‌ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ୍‌ ଆଗରୁ ସେଠାରେ ଧାର୍ମିକ ଅଭିଭାଷଣ ପ୍ରଦାନ କରିବେ ବୋଲି ଆଶା କରାଯାଉଛି।

କତାର ରାଷ୍ଟ୍ରାୟତ କ୍ରୀଡ଼ା ଚାନେଲ୍‌ ‘ଅଲକାସ୍‌’ର ଟେଲିଭିଜନ୍‌ ଉପସ୍ଥାପକ ଫୈସଲ୍‌ ଅଲହାଜ୍‌ରି ଟୁଇଟର୍‌ରେ ଲେଖିଛନ୍ତି: ବିଶ୍ବକପ୍‌ ସମୟରେ ପ୍ରବଚକ ଶେଖ୍‌ ଜାକିର୍‌ ନାଇକ୍‌ କତାର୍‌ରେ ଅଛନ୍ତି। ସମଗ୍ର ବିଶ୍ବକପ୍‌ ମ୍ୟାଚ୍‌ରେ ସେ ଅନେକ ଧାର୍ମିକ ଉଦ୍‌ବୋଧନ ଦେବେ।

ସୂଚନାଯୋଗ୍ୟ, ଜାକିର୍‌ ନାଇକ୍‌ ହେଉଛନ୍ତି ଭାରତର ସବୁଠୁ ଅଧିକ ଖୋଜାପଡ଼ିଥିବା ପଳାତକମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ତାଙ୍କ ବିରୋଧରେ ଆର୍ଥିକ ଦୁର୍ନୀତି ଏବଂ ଆତଙ୍କବାଦ ସମ୍ପନ୍ଧିତ କାର୍ଯ୍ୟକଳାପ ଅଭିଯୋଗ ରହିଛି।

ସୂଚନାଯୋଗ୍ୟ, ମୁମ୍ବାଇସ୍ଥିତ ‘ଇସ୍‌ଲାମିକ୍‌ ରିସର୍ଚ ଫାଉଣ୍ଡେସନ୍‌’ (ଆଇଆର୍‌ଏଫ୍‌) ଜରିଆରେ ‘ଦ୍ବାହ’ କାର୍ଯ୍ୟକଳାପ ନିମନ୍ତେ ୧୯୯୦ ଦଶକରେ ଜାକିର୍‌ ନାଇକ୍‌ ପ୍ରସିଦ୍ଧି ଲାଭ କରିଥିଲେ। ଅନ୍ୟ ଧର୍ମ ଉପରେ ଇସ୍‌ଲାମ୍‌ର ପ୍ରାଧାନ୍ୟ ଦର୍ଶାଇବାକୁ ଉଦ୍ୟମ ଯୋଗୁଁ ତାଙ୍କର ଭିଡିଓ ସବୁ ୨୦୦୦ ମସିହାର ଆଦ୍ୟ ଦଶକରେ ବିତର୍କର ବିଷୟ ହୋଇଥିଲା। ତୁଳନାତ୍ମକ ଧର୍ମରେ ସେ ଜଣେ ବିଶେଷଜ୍ଞ ବୋଲି ତାଙ୍କ ସମର୍ଥକମାନେ କହିଥିଲେ।

କିନ୍ତୁ, ୨୦୧୬ରେ ଭାରତ ‘ଆଇଆର୍‌ଏଫ୍‌’କୁ ନିଷିଦ୍ଧ କରି ବିଭିନ୍ନ ଧର୍ମ ସମ୍ପ୍ରଦାୟ ମଧ୍ୟରେ ଅସୂୟା ଭାବକୁ ପ୍ରୋତ୍ସାହିତ କରୁଥିବା ଦର୍ଶାଇ ନାଇକ୍‌ଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା।

Comments are closed.