ମଉସାକୁ ଶିଳପୁଆରେ ଛେଚି ହତ୍ୟା କଲା ପୁତୁରା

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନାର ହାତୀଆଡା ଗ୍ରାମରେ ମଉସାକୁ ଶିଳପୁଆରେ ଛେଚି ହତ୍ୟା କରିଛି ପୁତୁରା। ଦୀର୍ଘ ଦିନ ହେଲା ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ପରିବାର ଭିତରେ କଳହ ଲାଗି ରହୁଥିଲା। ଗତକାଲି ମଉସା ଜୁହୁରୁ ମାଝୀ ଗାଁରେ ସାମୁହିକ କାର୍ଯ୍ୟରେ ଯୋଗ ଦେଇ ବିଳମ୍ବିତ ରାତିରେ ଫେରୁଥିବା ବେଳେ ପୁତୁରା ବିଜୟ ବାଗେ ତାଙ୍କ ଘର ନିକଟରେ ପହଞ୍ଚିଥିଲା।

ପ୍ରଥମେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ପୁତୁରା ଏକ ଶିଳପୁଆ ଆଣି ମଉସାକୁ ଛେଚି ଛେଚି ନିର୍ମମ ଭାବେ ହତ୍ୟା କରିଥିଲା। ସକାଳେ ଗାଁ ଲୋକ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ଚାନ୍ଦିପୋଷ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ପୁତୁରା ବିଜୟକୁ ଗିରଫକରିଛି। ଏନେଇ ଅଧିକ ତଦନ୍ତ ଚଳାଇଛି ପୁଲିସ।

Comments are closed.