ରାସ୍ତା ଉପରେ ଛିଡାହୋଇଥିବା ଟ୍ରକରେ ପିଟିହୋଇ ଦୁଇ ବାଇକ ଆରୋହି ମୃତ

ସୁବର୍ଣ୍ଣପୁର:  ସୁବର୍ଣ୍ଣପୁର ଜିଲ୍ଲା ସୋନପୁର – ବିନିକା ରାସ୍ତା ପାଣିସିଆଲି ଗାଁ ଛକ ଠାରେ ରାସ୍ତାକଡରେ ଠିଆ ହୋଇଥିବା ଏକଟ୍ରକକୁ ଦ୍ରୁତଗତିରେ ଆସୁଥୁବା ବାଇକ ପିଟିହୋଇ ଘଟଣାସ୍ଥଳରେ ଦୁଇ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ । ମୃତକ ମାନେ ହେଲେ ସରୋଜ ଭୋଇ -୪୫ ଓ ଟୁନା ଷାଣ୍ଡ-୨୬ ଏମାନେ ବାବୁପାଲି ଓ ଅଏଁଲାପାଲି ଗାଁର । ଉଭୟ ସ୍ଥାନୀୟ ଏକ ଗୋଦାମରେ ଶ୍ରମିକ ଭାବରେ କାମ କରୁଥିଲେ । ଗତକାଲି ରାତି ପ୍ରାୟ ୧୦ ସମୟରେ ଟୁନା ଷାଣ୍ଢ ଓ ସରୋଜ ଭୋଇ ଦୁଇ ଜଣ ଶ୍ରମିକଏକ ବାଇକରେ ନିଜ ନିଜ ଘରକୁ ଫେରୁଥିବାବେଳେ ପାଣିସିଆଲି ଗାଁ ଛକନିକଟରେ ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ ସହିତ ଜୋର୍ ରେ ଧକ୍କା ହୋଇଥିଲା ଫଳରେ ଘଟଣସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ପରେ ଦମକଳ ବାହିନୀ ଖବରପାଇ ଘଟଣାସ୍ଥଳକୁ ପହଞ୍ଚି ତାଙ୍କୁ ସୋନପୁର ମୁଖ୍ୟଚିକିତ୍ସାଳୟ କୁ ଆଣିଥିବା ବେଳେ ତୁରନ୍ତ ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରିରଖିଛି ା

Comments are closed.