ଭୁବନେଶ୍ୱର ବାଲିଯାତ୍ରାକୁ ମିଳିଲା ଅନୁମତି

ଭୁବନେଶ୍ୱର : କଟକ ପରେ ଭୁବନେଶ୍ୱର ବାଲିଯାତ୍ରାକୁ ମିଳିଛି ଅନୁମତି । ଦୀର୍ଘ ୨ ବର୍ଷର ବ୍ୟବଧାନରେ ଆୟୋଜିତ ହେବାକୁ ଯାଉଛି ଭୁବନେଶ୍ୱର ବାଲିଯାତ୍ରା । ଖୋର୍ଦ୍ଧା ଜିଲ୍ଲାପାଳ ଓ ଭୁବନେଶ୍ୱର ଡିସିପି ଅନୁମତି ଦେଇଥିବା ସୂଚନା ରହିଛି । ଏନେଇ ଭୁବନେଶ୍ୱର ବାଲିଯାତ୍ରା କମିଟି ସମ୍ପାଦକ ତପନ ବଳିୟାରସିଂ ସୂଚନା ଦେଇଛନ୍ତି । ତପନ ବଳିୟାରସିଂ କହିଛନ୍ତି ଯେ, ‘କୁଆଖାଇ ପଠାରେ ନଭେମ୍ବର ୮ରୁ ୧୬ ଯାଏଁ ଭୁବନେଶ୍ୱର ବାଲିଯାତ୍ରା ଚାଲିବ। ଏଥର ବାଲିଯାତ୍ରାରେ ୬୦୦ଟି ଷ୍ଟଲ ପଡ଼ିବ । କରୋନା ପାଇଁ ୨ ବର୍ଷ ହେଲା ବନ୍ଦ ରହିଥିଲା ଏହି ବାଲିଯାତ୍ରା ଆୟୋଜନ ।’ ତେବେ କଟକ ବାଲିଯାତ୍ରା ପରେ ଭୁବନେଶ୍ୱର ବାଲିଯାତ୍ରାକୁ ଅନୁମତି ମିଳିବା ପରେ ରାଜଧାନୀବାସୀ ବେଶ୍ ଖୁସି ।

Comments are closed.