ଜଳେଶ୍ବର ଜାତୀୟ ରାଜପଥରେ ଟୁରିଷ୍ଟ ଗାଡିକୁ ଅଟକାଇ ଡକାୟତି

ଗାଡି ଦୁର୍ଘଟଣାରେ ଜଣେ ମୃତ ଅନେକ ଆହତ

ଆଜି ଏନ.ଏଚ ୬୦ ର ଜଳେଶ୍ବରସ୍ଥ ଲକ୍ଷ୍ମଣନାଥ ଟୋଲ ପ୍ଲାଜ଼ା ନିକଟରେ ଦୁର୍ଘଟଣା ଘଟିଛି । ପଶ୍ଚିମବଙ୍ଗର ବିରଭୂମିରୁ ଏକ ଟୁରିଷ୍ଟ ବସ WB53 7759 ପୁରୀକୁ ଜଗନ୍ନାଥ ଦର୍ଶନରେ ଆସୁଥିବା ସମୟରେ ଜଳେଶ୍ବରସ୍ଥ ଲକ୍ଷ୍ମଣନାଥ ଟୋଲ ପ୍ଲାଜ଼ା ନିକଟରେ ପୂର୍ବରୁ ପ୍ରସ୍ତୁତ ଥିବା ରାଜପଥ ଲୁଟେରା ମାନେ ହଠାତ ବସକୁ ଅଟକାଇ ଡକାୟତି କରିବାକୁ ଉଦ୍ୟମ କରୁଥିବା ବେଳେ ପଛରୁ ଆସୁଥିବା OD 02 AS 0569 କଣ୍ଟେନରଟି ଭାରସାମ୍ୟ ହରାଇ ଉକ୍ତ ଟୁରିଷ୍ଟ ବସ୍ କୁ ପଛ ପଟରୁ ଧକ୍କା ଦେବାରୁ ୫ ଜଣ ଗୁରୁତର ଆହତ ହୋଇଥିଲେ ।ସେଠି ମଧ୍ୟରୁ ଜଣଙ୍କର ଜଳେଶ୍ବର ମେଡିକାଲରେ ମୃତ୍ୟୁ ଘଟିଛି । ସ୍ଥାନୀୟ ସୂତ୍ରରୁ ମିଳିଥିବା ଖବର ପୂର୍ବରୁ ଅନେକ ଡକାୟତି ମାମଲାରେ ଗିରଫ ହୋଇଥିବା ରାଜପଥ ଲୁଟେରା ସାଗର_ଜିତୁ ଗ୍ୟାଙ୍ଗ ଏହି ଘଟଣାରେ ସଂପୃକ୍ତ ଥିବାର ଜଣା ପଡ଼ିଛି ।

Comments are closed.