ଜରିପାଲ ଖଣ୍ଡେ ପାଇଁ ତହସିଲଦାର ଙ୍କ ଗୋଡତଳେ ପଡି ଗୁହାରି କଲେ ଜନପ୍ରତିନିଧି ।

ସୁବର୍ଣ୍ଣପୁର : ଜରି ପାଲ ଖଣ୍ଡିଏ ପାଇଁ ତହସିଲଦାରଙ୍କ ଗୋଡ ଧରିଲେ ଜିଲ୍ଲା ପରିଷଦ ସଦସ୍ୟ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ତହସିଲ କାର୍ଯ୍ୟାଳୟରେ । ସୁଚନା ଅନୁସାରେ ଚଳିତ ବନ୍ୟାରେ ବିରମହାରାଜପୁର ତହସିଲ ଅଂଚଳରେ ବହୁ ଲୋକଙ୍କ ଘର ଦ୍ବାର ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ତେବେ ଗରିବ ଲୋକ ତହସିଲ ଅଫିସକୁ ଆସି ଜରି ପାଲ ଖଣ୍ଡେ ନପାଇ ଫେରୁଛନ୍ତି । ତେବେ ଖମ୍ବେଶ୍ବରୀପାଲି ଗାଁରୁ କିଛି ଲୋକ ତହସିଲ ଅଫିସକୁ ଆସି ଥିବାବେଳେ ଜରି ପାଇ ନଥିଲେ । ଏନେଇ ବିରମହାରାଜପୁର ୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଲବ ସାହୁଙ୍କୁ ( କଂଗ୍ରେସ ଦଳର) ସେମାନେ ଜଣାଇଥିଲେ । ତେବେ ଲବ ସାହୁ ତହସିଲ ଅଫିସକୁ ଯାଇ ଜରି ପାଲ ଖଣ୍ଡିଏ ଲେଖାଏଁ ଯୋଗାଇ ଦେବାକୁ ତହସିଲଦାରଙ୍କୁ ନେହୁରା ହୋଇଥିଲେ । ଏମିତିକି ସେ ଓ ତାଙ୍କ ସାଙ୍ଗରେ ଥିବା ସହଯୋଗୀ ମାନେ ତହସିଲଦାରଙ୍କ ଗୋଡ ତଳେ ପଡିଯାଇଥିବା ଦେଖିବାକୁ ମିଳିଛି । କେବଳ ତହସିଲଦାର ନୁହେଁ ଅତିରିକ୍ତ ତହସିଲଦାରଙ୍କ ଗୋଡ ଧରି ସେମାନେ ଜରି ପାଲ ଖଣ୍ଡିଏ ଯୋଗାଇ ଦେବାକୁ ଗୁହାରୀ କରିଥିଲେ ।

Comments are closed.