କୁମ୍ଭୀର ଦେଖି ଆତଙ୍କିତ ତିର୍ତ୍ତୋଲ ବନ୍ୟାଞ୍ଚଳବାସୀ ।

ଜଗତସିଂହପୁର ୨୦/୮: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମହାନଦୀରେ ଏକ କୁମ୍ଭୀର ବୁଲୁଥିବାର ସ୍ଥାନୀୟ ଲୋକେ ଦେଖିବା ପରେ ବନ୍ୟାପାଣିରେ ଉବୁଟୁବୁ ହେଉଥିବା ଧୋୟା ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସୂଚନାନୁଯାୟୀ ଉକ୍ତ ବ୍ଲକ ଅଧିନସ୍ଥ କୃଷ୍ଣାନନ୍ଦପୁର ପଞ୍ଚାୟତ ପୋଲିସ୍ ଫାଣ୍ଡି ନିକଟସ୍ଥ ମହାନଦୀରେ ଏକ କୁମ୍ଭୀର ବୁଲୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଉକ୍ତ କୁମ୍ଭୀରଟି ମହାନଦୀର ଯେଉଁ ସ୍ଥାନରେ ଦେଖାଦେଇଥିଲା ତାର କିଛି ଦୂରରେ ଶାଖାନଦୀ ପାଇକାର ସୃଷ୍ଟି । ପାଇକା ନଦୀର କାଠକୋଟ ଠାରେ ଘାଇ ସୃଷ୍ଟି ହୋଇଥିବାରୁ ଧୋୟା ଅଞ୍ଚଳର ଅନେକ ପଞ୍ଚାୟତ ଏବେ ବନ୍ୟା ପାଣିରେ ଭାସୁଥିବା ବେଳେ ଏଭଳି ବନ୍ୟା ବିପତ୍ତି ସମୟରେ ଏହି କୁମ୍ଭୀରଟି ମହାନଦୀ ପାଣିରେ ବୁଲୁଥିବାର ଭିଡ଼ିଓ ଭାଇରାଲ୍ ହୋଇଯିବା ପରେ ଧୋୟା ଅଞ୍ଚଳରେ ଏକପ୍ରକାର ଭୟର ବାତାବରଣ ଖେଳିଯାଇଛି । କିଛି ଦିନ ପୂର୍ବେ ତିର୍ତ୍ତୋଲ ବ୍ଲକ ନିକଟସ୍ଥ ମହାନଦୀରୁ ଏକ କୁମ୍ଭୀରକୁ ସ୍ଥାନୀୟ ଲୋକେ ଧରି ବନବିଭାଗକୁ ହସ୍ତାନ୍ତର କରିଥିଲେ । ପୁଣି ବନ୍ୟା ପାଣିର ବିପତ୍ତି ବେଳେ ମହାନଦୀରେ ଦେଖାଦେଇଥିବା କୁମ୍ଭୀରକୁ ନେଇ ତିର୍ତ୍ତୋଲ ଅଞ୍ଚଳରେ ଆତଙ୍କ ଖେଳିଯାଇଛି

Comments are closed.