କୋଟି କୋଟି ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର: ୫୦୦ଟି ଟ୍ରେନର ବଦଳିଗଲା ସମୟ: ଜାଣନ୍ତୁ ନୂଆ ଟାଇମ୍-ଟେବୁଲ

ନୂଆଦିଲ୍ଲୀ: ଇଣ୍ଡିଆନ୍ ରେଲୱେ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଯଦି ଆପଣ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଖବରଟି ଗୁରୁତ୍ୱପୂର୍ଣ୍ଣ । ରେଲୱେ ଅନେକ ଟ୍ରେନର ସମୟ ବଦଳାଇ ଦେଇଛି । ୫୦୦ ରୁ ଅଧିକ ଟ୍ରେନର ଟାଇମ୍-ଟେବୁଲ ପ୍ରକାଶ କରିଛି ରେଲୱେ । ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଦିନ ଏହି ବିଷୟରେ ସୂଚନା ଦିଆଯାଇଛି ।

ରେଲୱେର ନୂଆ ସମୟ ସୂଚୀରେ ପ୍ରାୟ ୫୦୦ ମେଲ ଏକ୍ସପ୍ରେସ ଟ୍ରେନର ଗତି ବୃଦ୍ଧି କରାଯାଇଛି । ରେଳ ମନ୍ତ୍ରଣାଳୟ ସୋମବାର ଏହି ସୂଚନା ଦେଇଛି । ରେଲୱେ ଅନୁଯାୟୀ ୬୫ ଯୋଡି ଟ୍ରେନକୁ ‘ସୁପରଫାଷ୍ଟ’ ବର୍ଗରେ ପରିଣତ କରାଯାଇଛି । ରେଲୱେର ଏକ ବୟାନ ଅନୁସାରେ, ମୋଟାମୋଟି କହିବାକୁ ଗଲେ ସମସ୍ତ ଟ୍ରେନର ହାରାହାରି ଗତି ପ୍ରାୟ ୫ ପ୍ରତିଶତ ବୃଦ୍ଧି ପାଇଛି, ଯାହା ଅତିରିକ୍ତ ଟ୍ରେନ୍ ଚଳାଚଳ ପାଇଁ ପ୍ରାୟ ୫ ପ୍ରତିଶତ ଅତିରିକ୍ତ ରୁଟ୍ ଯୋଗାଇଥାଏ ।
ଭାରତୀୟ ରେଳବାଇ ନିଜର ନୂଆ ଅଖିଳ ଭାରତୀୟ ରେଲୱେ ସମୟ-ସାରଣୀ ‘ଟିଏଜି’କୁ ନିଜ ୱେବସାଇଟରେ ପ୍ରକାଶ କରିଛି । ଅକ୍ଟୋବର ୧ ରୁ ଏହି ସମୟସୀମା କାର୍ଯ୍ୟକାରୀ ହେଉଛି । ନୂଆ ସମୟ ସୂଚୀରେ, ନୂଆଦିଲ୍ଲୀ-ବାରାଣାସୀ ଏବଂ ନୂଆଦିଲ୍ଲୀ-କାଟରା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ପରି ଅନେକ ପ୍ରିମିୟମ ଟ୍ରେନ୍ ପ୍ରଚଳନ କରାଯାଇଛି ବୋଲି କୁହାଯାଇଛି । ଏଥିରେ କୁହାଯାଇଛି ଯେ ଗାନ୍ଧିନଗର ଏବଂ ମୁମ୍ବାଇ ମଧ୍ୟରେ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ମଧ୍ୟ ଆରମ୍ଭ ହୋଇଛି ।

ଭାରତୀୟ ରେଳୱେ ପାଖାପାଖି ୩,୨୪୦ ମେଲ/ଏକ୍ସପ୍ରେସ୍ ଟ୍ରେନ ଚଳାଚଳ କରୁଛି । ଏଥିରେ ବନ୍ଦେ ଭାରତ ଏକ୍ସପ୍ରେସ, ଗାତିମାନ ଏକ୍ସପ୍ରେସ, ରାଜଧାନୀ ଏକ୍ସପ୍ରେସ, ଶତାବ୍ଦି ଏକ୍ସପ୍ରେସ, ହମସଫର ଏକ୍ସପ୍ରେସ, ତେଜସ ଏକ୍ସପ୍ରେସ, ଦୁରନ୍ତୋ ଏକ୍ସପ୍ରେସ, ଅନ୍ତୋଦୟ ଏକ୍ସପ୍ରେସ, ଗରିବ ରଥ ଏକ୍ସପ୍ରେସ, ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ, ୟୁବା ଏକ୍ସପ୍ରେସ, ଜନଶତାବ୍ଦୀ ଏକ୍ସପ୍ରେସ ଏବଂ ଅନେକ ସାମିଲ ରହିଛି ।

Comments are closed.