ନିର୍ବାଚନରେ ଖର୍ଚ୍ଚ ପାଇଁ ଅର୍ଥ କେଉଁଠୁ ଆଣିବ, ସମ୍ପୂର୍ଣ୍ଣ ବିବରଣୀ ଦିଅ: ସମସ୍ତ ରାଜନୈତିକ ଦଳଙ୍କୁ ନିର୍ବାଚନ ଆୟୋଗଙ୍କ ଚିଠି

ନୂଆଦିଲ୍ଲୀ: ସମସ୍ତ ରାଜନୈତିକ ଦଳଙ୍କୁ ଭାରତୀୟ ନିର୍ବାଚନ କମିସନ (ଇସିଆଇ)ଙ୍କ ପକ୍ଷରୁ ଚିଠି ଲେଖା ଯାଇଛି । ରାଜନୈତିକ ଦଳମାନେ ଘୋଷଣାପତ୍ରକୁ ଅଧିକ ତାର୍କିକ ଓ ବ୍ୟବହାରିକ ବନାଇବା ଦରକାର । ନିର୍ବାଚନରେ ସମସ୍ତ ରାଜନୈତିକ ଦଳମାନେ ନିଜ ନିଜର ଘୋଷଣାପତ୍ରରେ ଯୋଜନା ଓ ଆଗକୁ କରିବାକୁ ଥିବା ଖର୍ଚ୍ଚ ଏବଂ ସେଥିପାଇଁ ରାଜସ୍ୱ ଅର୍ଜିତ କରିବାର ଯୋଜନା ବିଷୟରେ ଉଲ୍ଲେଖ କରିବାକୁ ପଡ଼ିବ । କେବଳ ଘୋଷଣା କରିବା ଭରସାରେ କାମ ଚଳିବ ନାହିଁ ବୋଲି ଆୟୋଗ କହିଛନ୍ତି ।

ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଓ ଆୟୁକ୍ତ ଅନୁପ ଚନ୍ଦ୍ର ପାଣ୍ଡେୟଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା । ରାଜନୈତିକ ଦଳର ଘୋଷଣାପତ୍ର ଅଧିକ ବାସ୍ତବିକ ଓ ବ୍ୟବହାରିକ ହେବା ଦରକାର । ଏହି ଘୋଷଣାପତ୍ର ଅର୍ଥ ଆୟୋଗ, ଭାରତୀୟ ରିଜର୍ଭ ବ୍ୟାଙ୍କ, ଏଫଆରବିଏମ, ସିଏଜି ଆଦିଙ୍କ ଗାଇଡଲାଇନ୍ ଉପରେ ଆଧାରିତ ହେବା ଜରୁରୀ ।

ଆୟୋଗଙ୍କ ପକ୍ଷରୁ ଆଦର୍ଶ ନିର୍ବାଚନ ଆଚରଣ ବିଧିରେ କିଛି ପରିବର୍ତ୍ତନ କରିଛନ୍ତି । ଧାରା-୩ର ପ୍ରାବଧାନ ତିନି ଓ ଧାରା ୮ର ଏମରେ ପରିବର୍ତ୍ତନ କରାଯାଇଛି । ଏହା ମୁତାବିକ, ରାଜନୈତିକ ଦଳମାନେ ନିଜର ଘୋଷଣାପତ୍ରରେ ନିଜର ଯୋଜନା ବିଷୟରେ ଉଲ୍ଲେଖ କରିବେ । ଏଥିସହିତ ଯୋଜନାକୁ ସଫଳ ଓ ବ୍ୟବହାରିକ ସଞ୍ଚାଳନ ପାଇଁ ରାଜସ୍ୱ କେମିତି ପ୍ରାପ୍ତ କରିବେ, ତାହା ଦର୍ଶାଇବେ । ଘୋଷଣାପତ୍ର ନାମରେ ଜନତାଙ୍କୁ ଭ୍ରମିତ କରିପାରିବେ ନାହିଁ ବୋଲି ଆୟୋଗ କହିଛନ୍ତି ।

Comments are closed.