ଅବସରପ୍ରାପ୍ତ ଏଲ୍‌ଆଇସି ଅଧିକାରୀ ସଂଘର ୧୬ତମ ପ୍ରତିଷ୍ଠା ଦିବସରେ ସମ୍ମାନିତ ହେଲେ ଲେଖକ ରାଧାଶ୍ୟାମ ରାଉଳ

0
ବାଲେଶ୍ୱର, ନଭେମ୍ବର ୨୨: (କୃଷ୍ଣ କୁମାର ମହାନ୍ତି): ଅବସରପ୍ରାପ୍ତ ଏଲ୍‌ଆଇସି ପ୍ରଥମଶ୍ରେଣୀ ଅଧିକାରୀ ସଂଘ, କଟକ ମଣ୍ଡଳର ୧୬ତମ ପ୍ରତିଷ୍ଠା ଦିବସ ଉତ୍ସବ କଟକ ସିଡିଏ ସେକ୍ଟର-୬ ସ୍ଥିତ ଜନଶିକ୍ଷା କେନ୍ଦ୍ରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସଂଘର କାର୍ଯ୍ୟକାରୀ ସଭାପତି ତ୍ରିଲୋଚନ ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ।
ଏହି ଅବସରରେ ନିରବଚ୍ଛିନ୍ନ ସାହିତ୍ୟ ସାଧନା ଓ ସୃଜନଶୀଳ ଅବଦାନ ପାଇଁ ଅବସରପ୍ରାପ୍ତ ଏଲ୍‌ଆଇସି ଅଧିକାରୀ, ବିଶିଷ୍ଟ ସ୍ତମ୍ଭକାର ତଥା ବ୍ୟଙ୍ଗ ସାହିତ୍ୟିକ ରାଧାଶ୍ୟାମ ରାଉଳଙ୍କୁ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା।
ସଂଘର ସାଧାରଣ ସମ୍ପାଦକ ରବିନାରାୟଣ ପଣ୍ଡା ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିବା ସହ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ଓ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ। ଅତିଥି ଭାବେ କଟକ କ୍ଲାସ୍‌ ୱାନ୍‌ ଅଫିସର୍ସ ଫେଡେରେସନର ସାଧାରଣ ସମ୍ପାଦକ କାଳିକିଙ୍କର ସାହୁ ଯୋଗ ଦେଇଥିବା ବେଳେ ବରିଷ୍ଠ ଅବସରପ୍ରାପ୍ତ ଅଧିକାରୀ ସୁରେଶ ଚନ୍ଦ୍ର ଆଚାର୍ଯ୍ୟ, ଉଚ୍ଛବ ଚରଣ ମଲ୍ଲିକ ଓ ପ୍ରଫୁଲ୍ଲ କୁମାର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶୁଭେଚ୍ଛା ଜଣାଇଥିଲେ।
ଉତ୍ସବରେ ସୁକାନ୍ତ ମିଶ୍ର, ଶରତ ଚନ୍ଦ୍ର ମହାନ୍ତି, ଜୟଶଙ୍କର ମହାରଣା, ଗୌରାଙ୍ଗ ଚରଣ ମହନ୍ତ, ସରୋଜ କୁମାର ଉଦଗାତା, ସୌମେନ୍ଦ୍ର ପଣ୍ଡା, ମୋହିନୀ ସେନାପତି, ରବି ନନ୍ଦ, ରବିନାରାୟଣ ପତି, ମିର୍ ଆଲିମୁଦ୍ଦିନ୍, ହରିଶ୍ ଦାଶ, ରମେଶ ଚନ୍ଦ୍ର ଭଦ୍ର, ଆର୍ଯ୍ୟାବର୍ତ୍ତ ଦାସ, ସୁବାସ ସାହୁ, ବିପିନବିହାରୀ ବେହେରା, ଦୀନବନ୍ଧୁ ମିଶ୍ର, ମୁରଲୀଧର ବାରିକ ଓ ସତ୍ୟଜିତ ଘୋଷଙ୍କ ସମେତ ବହୁ ଅବସରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ। ବରିଷ୍ଠ ଅବସରପ୍ରାପ୍ତ ଅଧିକାରୀ ଦେବଜ୍ୟୋତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ବିଶିଷ୍ଟ ଅସ୍ଥିରୋଗ ବିଶେଷଜ୍ଞ ଡାକ୍ତର ଅଜିତ କୁମାର କରଙ୍କ ପରାମର୍ଶ ଓ ମାର୍ଗଦର୍ଶନରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ଅସ୍ଥିରୋଗର କାରଣ, ନିଦାନ ଓ ନିରାକରଣ ସମ୍ପର୍କରେ ଉପସ୍ଥିତ ସଦସ୍ୟମାନଙ୍କୁ ମୂଲ୍ୟବାନ ପରାମର୍ଶ ଦିଆଯାଇଥିଲା।
Leave A Reply

Your email address will not be published.