ପଟ୍ଟାମୁଣ୍ଡାଇରେ ପୌର ପରିଷଦରେ ଆବାସ କାର୍ଯ୍ୟାଦେଶ ଓ ଭତ୍ତା ବାଣ୍ଟନ
ପଟ୍ଟାମୁଣ୍ଡାଇ ୧୭/୧୧-ଆଜି ପଟ୍ଟାମୁଣ୍ଡାଇ ପୌର ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀ ଆବାସ (ସହରାଞ୍ଚଳ ) ଓ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏଥିରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ପୌର ପରିଷଦର ୨୦ଟି ୱାର୍ଡର ସାମାଜିକ ସୁରକ୍ଷା ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତା ୫୫୭ ଜଣ ଗରିବ ବୃଦ୍ଧ, ବୃଦ୍ଧା, ବିଧବା ଓ ଶାରୀରିକ ବିକଳାଙ୍ଗ ଲୋକଙ୍କୁ ବହୁ ମାତ୍ରାରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ I ଏଥି ସହିତ ୨୦ଟି ୱାର୍ଡର ୨୦୧ ଜଣ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ ସହ ୧୦୧ଜଣଙ୍କୁ ଭତ୍ତା ବଣ୍ଟନ କରିଥିଲେ Iସମ୍ମାନିତ ଅତିଥି ଭାବେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ପୌର ପରିଷଦ ନିର୍ବାହୀ ଅଧିକାରୀ ରଞ୍ଜନ ଦାଶ କାଉନ ସିଲର ସର୍ବଶ୍ରୀ ପ୍ରଶାନ୍ତ ବାରିକ ଲଷ୍ମୀପ୍ରିୟା ସାହୁ ମଳୟ ଓଝା ସମ୍ରାଟ ଜେନା ଝରଣା ବେହେରା ରୀନାରାଣୀ ମଲିକ ପ୍ରିୟଙ୍କା ସେଠୀ ମଧୁସ୍ମିତା ମଲିକ ସନ୍ତୋଷ ଦାସ ଯୋଗଦେଇ ନିଜର ଅଭିଭାଷଣ ଦେଇଥିଲେ I ଅନ୍ୟ ସମସ୍ତ ହିତାଧିକାରୀ ନିଜର ୱାର୍ଡରେ ଆଗାମୀ ୨ ଦିନରେ ମଧ୍ୟରେ ଭତ୍ତା ଦିଆଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦାଶ ପ୍ରକାଶ କରିଥିଲେ I ସି ଓ ତପସ୍ୱିନୀ ଦାଶ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ I ଏଥିରେ ପଟ୍ଟାମୁଣ୍ଡାଇ ପୌର ପରିଷଦର ବିଭିନ୍ନ ୱାର୍ଡର କାଉନସିଲର ଓ ପୌର ପରିଷଦ କର୍ମଚାରୀ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମକୁ ଅମ୍ବିକା ମହାନ୍ତି ସରୋଜ ପଣ୍ଡା ହୃଷିକେଶ ନାଥ ଅଶୋକ ମହାନ୍ତି ପରିଚାଳନା କରିଥିଲେ I