ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ପ୍ରୟାସ ଆରମ୍ଭ ।

0

ଗଜପତି,17.11(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଓଡ଼ିଶାର ଅନ୍ୟତମ ପୁରାତନ ଓ ଐତିହାସିକ ଶିକ୍ଷାନୁଷ୍ଠାନ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ନେଇ ପ୍ରୟାସ ଆରମ୍ଭ ହୋଇଛି।
ଆଜି ପୁରାତନ ଛାତ୍ର ସଂଜୟ କୁମାର ରାଉତ, ରାକେଶ ସ୍ୱାଇଁ, ଲୋକନାଥ ମିଶ୍ର ଓ ସଂଜୟ ଜେନା କଲେଜ ଅଧ୍ୟକ୍ଷ ଶ୍ରୀ ରାଧାକାନ୍ତ ଭୂୟାଁ ଏବଂ କିଛି ଅଧ୍ୟାପକଙ୍କ ସହିତ ଏହି ବାବଦରେ ଆଲୋଚନା କରିଥିଲେ।କଲେଜର ଶିକ୍ଷାଗତ ଦକ୍ଷତା, ଅଧ୍ୟାପକ, ଭିତ୍ତିଭୂମି, ୟୁଜିସି ନିୟମାବଳୀ ଓ ବିଶ୍ୱବିଦ୍ୟାଳୟ ଗଠନର ଆବଶ୍ୟକୀୟ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା। ନିଜେ ଏହି କଲେଜର ପୁରାତନ ଛାତ୍ର ଅଧ୍ୟକ୍ଷ ମଧ୍ୟ ଏହି ପ୍ରସ୍ତାବ ପ୍ରତି ଆଗ୍ରହ ପ୍ରକାଶ କରି ସହଯୋଗର ଆଶ୍ୱାସନା ଦେଇଥିଲେ।୫,୦୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପଢ଼ୁଥିବା ଏହି ଐତିହାସିକ ଅନୁଷ୍ଠାନ ଆଜି ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇନଥିବା ବେଳେ, ଅନ୍ୟ କେତେକ ଜୁନିୟର କଲେଜ ମଧ୍ୟ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଛି। ଏଣୁ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ଏବଂ ନୂତନ ପରିଚୟ ଦେବା ପାଇଁ ପୁରାତନ ଛାତ୍ର ସଂଘ, ବାର୍ ଆସୋସିଏସନ୍, ଜନପ୍ରତିନିଧି, ଗଣମାଧ୍ୟମ ଓ ସମସ୍ତ ବୁଦ୍ଧିଜୀବୀ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି।ଏହା କେବଳ ଏକ କଲେଜର ଉନ୍ନତି ନୁହେଁ, ଗଜପତି ଜିଲ୍ଲାର ଶିକ୍ଷାଗତ ଭବିଷ୍ୟତ ଓ ସମ୍ମାନର ପ୍ରଶ୍ନ ବୋଲି କୁହାଯାଇଛି।

Leave A Reply

Your email address will not be published.