ଚାଉଳ ମିଲ୍‌ରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କଲେ ଅଗ୍ନିଶମ ବାହିନୀ ।

0

ଗଜପତି,17.11(ମନୋଜ କୁମାର ପାଢୀଙ୍କ ରିପୋର୍ଟ):– ଗଜପତି ଜିଲ୍ଲା ସୀମାନ୍ତବର୍ତ୍ତୀ ଆନ୍ଧ୍ରପ୍ରଦେଶର ପୁରୁଣାପାଟଣା ରାସ୍ତାରେ ଅବସ୍ଥିତ ଏକ ଚାଉଳ ମିଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ମିଲ୍‌ଟି ପାରଳାଖେମୁଣ୍ଡି ସହରଠାରୁ ମାତ୍ର ପ୍ରାୟ ୨ କିଲୋମିଟର ଦୂରରେ ରହିଛି।ମିଲ୍‌ରେ ହଠାତ୍ ନିଆଁ ଲାଗିଯିବା ପରେ ଆନ୍ଧ୍ରପ୍ରଦେଶ ପୁଲିସ ପକ୍ଷରୁ ପାରଳାଖେମୁଣ୍ଡି ଅଗ୍ନିଶମ କେନ୍ଦ୍ରକୁ ସହାୟତା ପାଇଁ ଅନୁରୋଧ କରାଯାଇଥିଲା। ଖବର ପାଇବା ମାତ୍ରେ ପାରଳାଖେମୁଣ୍ଡି ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲେ।ଅଗ୍ନିଶମ କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ ଓ ଉଦ୍ୟମ ଯୋଗୁଁ ମିଲ୍‌ରେ ଲାଗିଥିବା ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରାଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡରେ ଚାଉଳ ମିଲ୍‌ର କେତେକ ଯନ୍ତ୍ରପାତି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଅବସ୍ଥିତ ଏହି ଅଞ୍ଚଳରେ ଦୁଇ ରାଜ୍ୟର ଅଗ୍ନିଶମ ବାହିନୀ ଓ ପୁଲିସ ମଧ୍ୟରେ ସମନ୍ୱୟ ଏବଂ ଆପତ୍କାଳୀନ ସହଯୋଗର ଏକ ଉଦାହରଣ ଭାବେ ଏହି ଘଟଣାକୁ ଦେଖାଯାଉଛି।

Leave A Reply

Your email address will not be published.