ଗଜପତି,୧୫.୧୧( ମନୋଜ କୁମାର ପାଢୀଙ୍କ ରିପୋର୍ଟ):– ଗଜପତି ଜିଲ୍ଲାରେ ବେଆଇନ ଦେଶୀ ମଦ ପ୍ରସ୍ତୁତି ଓ କାରବାର ରୋକିବା ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଅବକାରୀ ଚଢ଼ାଉ କରାଯାଇଛି।ଏହି ଚଢ଼ାଉ ସମୟରେ ପୋଲିସ ପକ୍ଷରୁ ପ୍ରାୟ ୩୦୦ ଲିଟର ମହୁଲ ପୋଚ ନଷ୍ଟ କରାଯିବା ସହ ଜେସିବି ମେସିନ୍ ସହାୟତାରେ ବେଆଇନ ଦେଶୀ ମଦ ପ୍ରସ୍ତୁତିରେ ବ୍ୟବହୃତ ୧୦ଟି ଚୁଲାକୁ ଭାଙ୍ଗି ଧ୍ୱଂସ କରାଯାଇଛି।ଜିଲ୍ଲାରେ ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରି ଉପରେ ରୋକ ଲଗାଇବା ସହ ଏଭଳି କାର୍ଯ୍ୟରେ ସମ୍ପୃକ୍ତ ଥିବା ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ଗଜପତି ପୋଲିସର ଏହି ଅଭିଯାନକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ପୋଲିସ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ାଉ କରାଯାଇ ଏଭଳି ବେଆଇନ୍ ମଦଭାଟି ଉପରେ ଚଢ଼ାଉ କରି ସଫଳତା ପାଉଥିବା ବେଳେ ଅବକାରୀ ବିଭାଗ ନିଘୋଡ଼ ନିଦରେ ଶୋଇଥିବା ଚର୍ଚ୍ଚା ହେଉଛି।
