ପୂର୍ବତନ ମନ୍ତ୍ରୀ ବିଜୟ ରାମ ରାଜୁଙ୍କ ବିୟୋଗରେ ଶୋକ ପ୍ରକାଶ ।

ଗଜପତି,୧୫.୧୧( ମନୋଜ କୁମାର ପାଢୀଙ୍କ ରିପୋର୍ଟ):– ପଡ଼ୋଶୀ ଆନ୍ଧ୍ରପ୍ରଦେଶର ବରିଷ୍ଠ ରାଜନେତା, ଦକ୍ଷ ସଂଗଠକ, ପୂର୍ବତନ ମନ୍ତ୍ରୀ, ସାଂସଦ ତଥା ବିରୋଧୀ ଦଳ ନେତା ଶତୃ ଚେଲା ବିଜୟ ରାମ ରାଜୁଙ୍କ ବିୟୋଗରେ ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି ଉପସଭାପତି କେ. ନାରାୟଣ ରାଓ ଗଭୀର ଶୋକ ପ୍ରକାଶ କରିଛନ୍ତି ।ଏହି ଦୁଃଖଦ ଖବର ପାଇବା ପରେ ଶ୍ରୀ ରାଓ ଆନ୍ଧ୍ରପ୍ରଦେଶର ମାନ୍ୟମ ଜିଲ୍ଲାସ୍ଥିତ ସ୍ୱର୍ଗତ ବିଜୟ ରାମ ରାଜୁଙ୍କ ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟିବା ସହ ଗଭୀର ସମବେଦନା ଜଣାଇଥିଲେ। ଏହି ସମୟରେ ତାଙ୍କ ଶାଳକ ଶଙ୍କର ଲାଲ ସୋରେନ ମଧ୍ୟ ଉପସ୍ଥିତ ଥିଲେ।ସ୍ୱର୍ଗତ ବିଜୟ ରାମ ରାଜୁ ଆନ୍ଧ୍ରପ୍ରଦେଶ ସରକାରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଥିବା ସମୟରେ ଗଜପତି ଜିଲ୍ଲା, ବିଶେଷକରି ପାରଳାଖେମୁଣ୍ଡି ଅଞ୍ଚଳର ଲୋକଙ୍କ ସହ ତାଙ୍କର ଅତ୍ୟନ୍ତ ଘନିଷ୍ଠ ଓ ସୁସମ୍ପର୍କ ରହିଥିଲା। ସେ ଓଡ଼ିଶାର ଲୋକମାନଙ୍କୁ ବିଭିନ୍ନ ସମୟରେ ଅନେକ ସହଯୋଗ ଓ ସାହାଯ୍ୟ କରିଥିଲେ। ତେଣୁ ତାଙ୍କର ଜନହିତକର କାର୍ଯ୍ୟ ଓ ଆତ୍ମୀୟତାକୁ ଗଜପତି ଜିଲ୍ଲାବାସୀ ଆଜି ମଧ୍ୟ ଶ୍ରଦ୍ଧାର ସହ ସ୍ମରଣ କରୁଛନ୍ତି। ତାଙ୍କ ବିୟୋଗରେ ଆନ୍ଧ୍ରପ୍ରଦେଶ ସମେତ ଓଡ଼ିଶାର ଗଜପତି ଜିଲ୍ଲାରେ ମଧ୍ୟ ଶୋକର ଛାୟା ଖେଳିଯାଇଛି।

Comments are closed.