ନବାଗତଙ୍କୁ ସ୍ୱାଗତ ଓ ପ୍ରତିଭାର ପରିପ୍ରକାଶ: ଇତିହାସ ବିଭାଗର ‘ଆଗାଜ୍-୨୦୨୬’ ଉତ୍ସବ

0

ଭବାନୀପାଟଣା/କର୍ଲାପଡ଼ା:(୧୫|୧୧): ଭବାନୀପାଟଣା ବ୍ଳକ ଅଧୀନ +୩ ସ୍ନାତକ ମହାବିଦ୍ୟାଳୟ, କର୍ଲାପଡ଼ାର ଇତିହାସ ବିଭାଗ ପକ୍ଷରୁ ଶିଶୁ ଦିବସ ଅବସରରେ ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଉତ୍ସବ ‘ଆଗାଜ୍-୨୦୨୬’ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଥିଲା। ବିଭାଗୀୟ ମୁଖ୍ୟ ଶ୍ରୀ ରଞ୍ଜିତ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି, ଓଡ଼ିଆ ବିଭାଗର ଶ୍ରୀ ମୋହନ ପୁଟେଲ ମୁଖ୍ୟ ବକ୍ତା ଏବଂ ସଂସ୍କୃତ ବିଭାଗର ମୁଖ୍ୟ ଶ୍ରୀ ଲଳିତ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ଶୃଙ୍ଖଳା ଓ ଜୀବନରେ ସଫଳତା ହାସଲ ପାଇଁ ପ୍ରେରଣାଦାୟୀ ବାର୍ତ୍ତା ଦେଇଥିଲେ। ବିଭାଗୀୟ ଅଧ୍ୟାପିକା ସୁଭଶ୍ରୀ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଇତିହାସ ବିଭାଗର ପଞ୍ଚମ ଓ ତୃତୀୟ ସେମିଷ୍ଟରର ଛାତ୍ରଛାତ୍ରୀଙ୍କ ସହଯୋଗରେ ନୃତ୍ୟ, ସଙ୍ଗୀତ ଓ ବିଭିନ୍ନ ସାଂସ୍କୃତିକ ପରିବେଷଣ ଉତ୍ସବକୁ ମନୋରମ କରିଥିଲା।ଏହି ଉତ୍ସବ ନବାଗତ ଛାତ୍ରଛାତ୍ରୀଙ୍କ ମନରେ ନୂତନ ଉତ୍ସାହ, ଆତ୍ମବିଶ୍ୱାସ ଓ ବିଭାଗ ପ୍ରତି ଆତ୍ମୀୟତା ସୃଷ୍ଟି କରିଥିଲା।ରିପୋର୍ଟ-ସନାତନ ମହାକୁଡ଼ ।

Leave A Reply

Your email address will not be published.