ଆର, ଉଦୟଗିରି,୧୩.୧୧ (ମନୋଜ କୁମାର ପାଢୀ ରିପୋର୍ଟ)-:ଆର୍. ଉଦୟଗିରି ପୋଲିସ ପକ୍ଷରୁ ବିପୁଳ ପରିମାଣର ଚୋରା ଗଞ୍ଜେଇ ଜବତ ଘଟଣାରେ ଆର୍. ଉଦୟଗିରି ଥାନା କେସ୍ ନଂ ୧୯୧, ତାରିଖ ୧୨.୧୧.୨୦୨୬ ରେ ଏନ୍ଡିପିଏସ୍ ଆଇନର ଧାରା ୨୦(ବି)(ii)(ସି) ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ପୋଲିସ କାର୍ଯ୍ୟାନୁଷ୍ଠାନ ସମୟରେ ୨୪ଟି ବସ୍ତାରେ ଥିବା ମୋଟ ୭୨୨ କେଜି ୪୦୦ ଗ୍ରାମ (୭୨୨.୪୦୦ କେଜି) ଗଞ୍ଜେଇ ଜବତ କରାଯିବା ସହ ଜଣେ ଅଭିଯୁକ୍ତଙ୍କୁ ଧରାଯାଇଛି। ଅଭିଯୁକ୍ତ ଜଣକ ହେଲେ ଗଜପତି ଜିଲ୍ଲା, ଆର୍. ଉଦୟଗିରି ଥାନା ଅନ୍ତର୍ଗତ ଦୁମୁକୁଳି ଗ୍ରାମର ସ୍ୱର୍ଗତ ଜୁବେଙ୍ଗା ମଣ୍ଡଳଙ୍କ ପୁଅ ଜାଖ୍ୟା ମଣ୍ଡଳ (୫୯)।
ଆର୍. ଉଦୟଗିରି ଥାନାର ଏସ୍ଆଇ କୌତୁକ ସେଠୀଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି। ମାମଲାର ତଦନ୍ତ ଦାୟିତ୍ୱ ଏସ୍ଆଇ ଲକ୍ଷ୍ମଣ ବେସରାଙ୍କୁ ଦିଆଯାଇଛି।
ଜବତ ହୋଇଥିବା ଗଞ୍ଜେଇର ଉତ୍ସ କେଉଁଠାରୁ ଏବଂ ଏହି ବେଆଇନ ଗଞ୍ଜେଇ ଚାଲାଣ ନେଟୱାର୍କରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
Comments are closed.