ଆନ୍ତର୍ଜାତିକ ଜିଆଇଏସ୍ ଦିବସ ପାଳିତ, ସ୍ଥାୟୀ ବିକାଶରେ ଭୂ-ସ୍ଥାନିକ ପ୍ରଯୁକ୍ତିର ଗୁରୁତ୍ୱ ଉପରେ ଆଲୋଚନା ।

0

ଗଜପତି,7.11(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ପାରଳାଖେମୁଣ୍ଡିସ୍ଥିତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଷଷ୍ଠ ଆନ୍ତର୍ଜାତିକ ଜିଆଇଏସ୍ ଦିବସ ଅବସରରେ ‘ଜିଓସ୍ପେସ୍-୨୦୨୬’ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ‘ସ୍ଥାୟୀ ବିକାଶ ଓ ନବସୃଜନ ପାଇଁ ଭୂ-ସ୍ଥାନିକ ବୁଦ୍ଧିମତ୍ତା’ ବିଷୟବସ୍ତୁ ଉପରେ ଆଧାରିତ ଏହି ସମ୍ମିଳନୀକୁ ଆଇଆଇଟି ତିରୁପତିର ଜିଓ-ଇଣ୍ଟେଲ୍ ଲ୍ୟାବ୍ ସହଯୋଗରେ ହାଇବ୍ରିଡ୍ ମୋଡ୍‌ରେ ଆୟୋଜନ କରାଯାଇଥିଲା।ଉଦ୍‌ଘାଟନୀ ଅଧିବେଶନରେ ଆର୍‌ଏମ୍‌ଏସ୍‌ଆଇର ଜିଆଇଏସ୍ ବିଭାଗ ଆସିଷ୍ଟାଣ୍ଟ ଭାଇସ୍ ପ୍ରେସିଡେଣ୍ଟ ୟୁ. ବାଲାଜୀ ମୁଖ୍ୟ ଅତିଥି ଏବଂ ପ୍ରାଧ୍ୟାପକ ଡ. ସି.ଆର୍. ରାଓ, ମେକ୍ସିକୋର ପ୍ରାଧ୍ୟାପକ ଡ. ଏମ୍.ପି. ଜୋନାଥନ୍ ଓ ଡ. ପି. ରାଜା ପ୍ରମୁଖ ଯୋଗଦେଇଥିଲେ। ଡିନ୍ ଡ. ପ୍ରଫୁଲ୍ଲ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିବାବେଳେ ରେଜିଷ୍ଟ୍ରାର ଡ. ଅନିତା ପାତ୍ର ଉପସ୍ଥିତ ଅତିଥିଙ୍କୁ ସମ୍ବୋଧିତ କରିଥିଲେ।ସମ୍ମିଳନୀରେ ଭୂ-ସ୍ଥାନିକ ପ୍ରଯୁକ୍ତି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ମେସିନ୍ ଲର୍ଣ୍ଣିଂ, ପରିବେଶ ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା ଓ ସ୍ଥାୟୀ ଭିତ୍ତିଭୂମି ବିକାଶ ଉପରେ ବିଶେଷଜ୍ଞମାନେ ମତ ରଖିଥିଲେ। ଏଥିରେ ୭୨ଟି ଗବେଷଣାପତ୍ର ଚୟନ ହୋଇଥିବାବେଳେ ୪୩ଟି ମୌଖିକ ଉପସ୍ଥାପନା ଓ ୨୯ଟି ଗବେଷଣାମୂଳକ ପୋଷ୍ଟର ପ୍ରଦର୍ଶିତ ହୋଇଥିଲା।ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରର ଗବେଷକ, ଶିକ୍ଷାବିତ୍ ଓ ଶିଳ୍ପ ବିଶେଷଜ୍ଞମାନେ ଏଥିରେ ଅଂଶଗ୍ରହଣ କରି ଜ୍ଞାନ ଓ ଅଭିଜ୍ଞତା ଆଦାନପ୍ରଦାନ କରିଥିଲେ। ଶେଷରେ ପ୍ରମାଣପତ୍ର ବିତରଣ ସହ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଥିଲା।ଉଲ୍ଲେଖଯୋଗ୍ୟ, ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୨୧ ମସିହାରୁ ନିୟମିତ ଭାବେ ଏହି ଆନ୍ତର୍ଜାତିକ ଜିଆଇଏସ୍ ଦିବସ ଆୟୋଜନ କରାଯାଉଛି।

Leave A Reply

Your email address will not be published.