ଅଳପୁଆ ସ୍କୁଲରେ ସାଧନ କେନ୍ଦ୍ର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ପଟ୍ଟାମୁଣ୍ଡାଇ୩/୧୧ ଆଞ୍ଚଳିକ ସାଧନ କେନ୍ଦ୍ର ଅଳପୁଆ ନୋଡାଲ ହାଇସ୍କୁଲ ପରିସରରେ ‘ସୁରଭି’ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ୧୦ ଟି ସ୍କୁଲର ହାରାହାରି ୧୦୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ପ୍ରଧାନଶିକ୍ଷକ ମନୋରଞ୍ଜନ ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୂଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ପଦ୍ମିନୀ ବେହେରା, ମୂଖ୍ୟ ଵକ୍ତାଭାଵେ ପଞ୍ଚସଖା ଶିକ୍ଷାସେତୁ ସଭାପତି ବିଭୁତି ଭୂଷଣ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବରେ ସ୍କୁଲ ପରିଚାଳନକମିଟି ସଭାପତି ଅମରେନ୍ଦ୍ର ଦାସ, ବରିଷ୍ଠ ଶିକ୍ଷୟତ୍ରୀ ସୁକାନ୍ତି ନାଥ ଶର୍ମା,ତରଡ଼ିପାଳ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ସତ୍ୟବତୀ ସାହୁ, ମାଳତୀଦେବି ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ମଧୁଛନ୍ଦା ନାଥ ଶର୍ମା, ପ୍ରାକ୍ତନ ସିଆରସିସି ପ୍ରଦୀପ କୁମାର ତରାଇ,ସତ୍ୟାନନ୍ଦ ବିଶ୍ୱାଳ,ସମାଜସେବୀ ଗଗନ ମହାଳିକ,ବିଚିତ୍ରାନନ୍ଦ ବେହେରା ଯୋଗଦେଇଥିଲେ।


ଅଧ୍ୟାପକ ରବି ରଞ୍ଜନ ଶର୍ମା ଓ ଅଧ୍ୟାପକ ତାପସ କୁମାର ରାଉତ ବିଚାରକ ଭାବେ ଯୋଗଦେଇଥିଲେ।ଉଦଯାପନୀ ସଭାରେ ସହ ମଣ୍ଡଳ ଶିକ୍ଷା ଅଧିକାରୀ ସୁନୀତି ଦାସ, ପ୍ରାକ୍ତନ ସହ ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରେମବାଳା ମହାପାତ୍ର ଅତିଥି ଭାବରେ ଯୋଗଦେଇଥିବାବେଳେ ତରଡ଼ିପାଳ ସମିତି ସଭ୍ୟ ନିରଞ୍ଜନ ବାରିକ, ସିଆରସିସି ଅରବିନ୍ଦ ବଳ, ମନୋଜ ସେଠି, ପ୍ରାକ୍ତନ ସିଆରସିସି ରଞ୍ଜନ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅଳପୁଆ କ୍ଲଷ୍ଟର ସିଆରସିସି ପ୍ରହ୍ଲାଦ ପଲାଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ଚିରଞ୍ଜିବି ସାହୁ, ପ୍ରତାପ ମଲ୍ଲିକ, ସୁମିତ ମଲ୍ଲିକ, ନରେଶ ଚନ୍ଦ୍ର ସ୍ୱାଇଁ, ପ୍ରଦ୍ୟୁମ୍ନ ପାତ୍ର, ଦୁଃଖୁ ମାରାଣ୍ଡି ଓ ଶିକ୍ଷୟତ୍ରୀ କୁଞ୍ଜଲତା ପାତ୍ର, ଲକ୍ଷ୍ମୀ କୁମାରୀ ନାଥ, ମାମୁନି ବାରିକ, ସସ୍ମିତା କର, ପ୍ରିୟଙ୍କା ସାହୁ ଓ ରେବତୀ ସାହୁ ପରିଚାଳନା କରିଥିଲେ।