ବିଶ୍ୱ ସନ୍‌ଡେ ସ୍କୁଲ ଦିବସରେ ଝୁରିଲା କୋରାପୁଟ ଖ୍ରୀଷ୍ଟୀୟ ସମାଜ”ସ୍ୱର୍ଗତ ମନୋହର ଦାସ ” ଙ୍କୁ ।

0

କୋରାପୁଟ :୩/୧୧ – କୋରାପୁଟ ରୁ ସୁରେନ୍ଦ୍ର ଖୋସଲାଙ୍କ ରିପୋର୍ଟ – କୋରାପୁଟ JELC ଚର୍ଚ୍ଚ ରେ ପାଳିତ ହୋଇଯାଇଛି ବିଶ୍ୱ ସଣ୍ଡେ ସ୍କୁଲ ଦିବସ । ମନେ ପଡ଼ିଲେ ସ୍ୱର୍ଗତ ମନୋହର ଦାସ । ୧୬ଟି ପ୍ରଧାନ ମଣ୍ଡଳୀରେ ଧର୍ମୀୟ ଶିକ୍ଷାର ପ୍ରସାର ପାଇଁ ତାଙ୍କ ଅବଦାନ ଚିରସ୍ମରଣୀୟ କୋରାପୁଟ: ସେ ଆଜି ଆମ ଗହଣରେ ନାହାନ୍ତି, କିନ୍ତୁ ଖ୍ରୀଷ୍ଟୀୟ ଧର୍ମୀୟ ଶିକ୍ଷା ଓ ସନ୍‌ଡେ ସ୍କୁଲର ବିକାଶ ପାଇଁ ତାଙ୍କର ନିଷ୍ଠାପର ସେବା ଆଜି ମଧ୍ୟ ଅନେକଙ୍କ ହୃଦୟରେ ଜୀବିତ। ବିଶ୍ୱ ସନ୍‌ଡେ ସ୍କୁଲ ଦିବସ ଅବସରରେ ଜେ.ଇ.ଏଲ୍.ସି. ସେଣ୍ଟ୍ରାଲର ପୂର୍ବତନ ସୁପରିଣ୍ଟେଣ୍ଡେଣ୍ଟ ସ୍ୱର୍ଗତ ମନୋହର ଦାସଙ୍କ ସ୍ମୃତି ପୁଣିଥରେ ତାଜା ହୋଇଉଠିଛି। ସନ୍‌ଡେ ସ୍କୁଲ ମାଧ୍ୟମରେ ଶିଶୁ ଓ ଯୁବପିଢ଼ିଙ୍କୁ ଧର୍ମୀୟ ଶିକ୍ଷା, ନୈତିକ ମୂଲ୍ୟବୋଧ ଓ ଆଧ୍ୟାତ୍ମିକ ଜୀବନର ମାର୍ଗଦର୍ଶନ ଦେବାରେ ତାଙ୍କର ଭୂମିକା ଥିଲା ଅତ୍ୟନ୍ତ ଉଲ୍ଲେଖନୀୟ। ବିଶେଷକରି ୧୬ଟି ପ୍ରଧାନ ମଣ୍ଡଳୀରେ ସନ୍‌ଡେ ସ୍କୁଲର ବିକାଶ ଓ ପରିଚାଳନାରେ ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇରହିବ। ଏହି ଅବସରରେ କୋରାପୁଟସ୍ଥିତ ଜେ.ଇ.ଏଲ୍. ଚର୍ଚ୍ଚ ପରିସରରେ ବିଶ୍ୱ ସନ୍‌ଡେ ସ୍କୁଲ ଦିବସ ପାଳନ ସହ ସ୍ୱର୍ଗତ ମନୋହର ଦାସଙ୍କ ସ୍ମୃତିଚାରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଶିଶୁମାନଙ୍କ ଦ୍ୱାରା ନାଟକ ପରିବେଷଣ, ବିଭିନ୍ନ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଆୟୋଜିତ ହୋଇଥିଲା। ତାଙ୍କର ଜୀବନବ୍ୟାପୀ ସେବା, ନିଷ୍ଠା ଓ ଅବଦାନକୁ ସ୍ମରଣ କରି ଉପସ୍ଥିତ ଲୋକମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମନୋହର ଦାସଙ୍କ ଭଳି ସେବାନିଷ୍ଠ ବ୍ୟକ୍ତିତ୍ୱଙ୍କ ଅବଦାନ କେବଳ ସ୍ମୃତିରେ ନୁହେଁ, ଆଗାମୀ ପିଢ଼ି ପାଇଁ ମଧ୍ୟ ପ୍ରେରଣା ହୋଇ ରହିବ।

Leave A Reply

Your email address will not be published.