ମରଣ ଯନ୍ତା ପାଲଟିଛି ଅସୁର ଘଟି ମୁଖ୍ୟରାସ୍ତା ।

0

ନୁଆଗଡ ୨୬/୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ) ନୂଆଗଡ ବ୍ଲକ୍ ସଦର ଠାରୁ ମାତ୍ର ୪୦୦ ମିଟର ଦୂରତା ମଧ୍ୟରେ ରହିଛି ଅସୁର ଘାଟି। ଗତ ବର୍ଷ ଲଗାଣ ବର୍ଷାରେ ଅସୁର ଘାଟି ଉପର ମୁଣ୍ଡରେ ଥିବା ନଦୀରେ ବନ୍ୟା ପାଣି ଆସି ରାସ୍ତା ସମ୍ପୂର୍ଣ୍ଣ ଭାବରେ ନଷ୍ଟ ଯାଇଥିଲା।ଯାହା ଫଳରେ କି ଯାତାୟାତ ବ୍ୟବସ୍ଥା କିଛି ଦିନ ବନ୍ଦ ରହିଥିଲା। ବର୍ଷା ହେବା ଫଳରେ ରାସ୍ତାରେ ପିଚୁ ସହ ମରମ ଉଠି ଯାଇଥିଲେ ମଧ୍ୟ ରାସ୍ତାରେ ମାଟି ପକାଇ ଅନେକ ଦିନ ହେବ ଦୟନୀୟ ଅବସ୍ଥା ରେ ଛାଡି ଦିଆଯାଇଛି।

ଏହି ରାସ୍ତା ଜିଲ୍ଲା ସଦର ମହକୁମା ପାରଳାଖମୁଣ୍ଡି ତଥା ବ୍ରହ୍ମପୁରକୁ ସଂଯୋଗ କରୁଥିବାରୁ ଶହ ଶହ ଗାଡ଼ି ମଟର ଯିବା ଆସିବା କରିଥାଏ।ଘଟଣା ଟି ଗତ ବର୍ଷ ସେପ୍ଟମ୍ବର ୨୦୨୫ ରେ ହୋଇଥିବା ବେଳେ ଇତି ମଧ୍ୟରେ ୧ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ହୋଇପାରୁ ନାହିଁ। ଯାହା ଫଳରେ ରାସ୍ତାରେ ଯାତ୍ରୀମାନେ ଦୁର୍ଘଟଣା ର ଶିକାର ହେବାର ନଜିର ରହିଛି। ଏନେଇ ଜିଲ୍ଲା ପୂର୍ତ୍ତବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଙ୍କୁ ଯୋଗାଯୋଗ ସମ୍ଭବ ହୋଇ ପାରି ନାହିଁ। ନୂଆଗଡ ବିଭାଜନ ଯନ୍ତ୍ରୀ ବଳରାମ ମାଝୀ କ୍ଷତିଗ୍ରସ୍ତ ରାସ୍ତାର ଅନୁଧ୍ୟାନ କରି ରିପୋର୍ଟ ପଠାଯାଇଛି ମଂଜୁର ହୋଇ ଆସିଲେ ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି।

Leave A Reply

Your email address will not be published.