‘ଅର୍ଣ୍ଣବ’ ମୁକାବିଲା ; ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ ; ଦକ୍ଷିଣ ଓଡ଼ିଶା ଅଧିକ ପ୍ରଭାବିତ ହେବ- ମୁଖ୍ୟ ଶାସନ ସଚିବ

0

ଭୁବନେଶ୍ୱର : ‘ଅର୍ଣ୍ଣବ’ ମୁକାବିଲା ନେଇ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ଆଲୋଚନା ପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କରିଛୁ। ଦକ୍ଷିଣ ଓଡ଼ିଶା ଅଧିକ ପ୍ରଭାବିତ ହେବ, ଆଲର୍ଟରେ ଅଛୁ। ଗଞ୍ଜାମ, ଗଜପତି, ରାୟଗଡ଼ା ଓ ମାଲକାନଗିରି ଅଧିକ ପ୍ରଭାବିତ ହେବ। ଏନଡିଆରଏଫ ଟିମ୍ ଆବଶ୍ୟକ ହେଲେ ଦେବାକୁ ପ୍ରତିଶ୍ରୁତି ମିଳିଛି, ଛତିଶଗଡ଼ ସହ ଯୋଗାଯୋଗରେ ଅଛୁ। ପାଣି ଛାଡ଼ିଲେ ତୁରନ୍ତ ଜଣାଇବାକୁ ଛତିଶଗଡ଼କୁ କହିଛୁ ‘ସବୁ ସ୍ଥାନରେ ସମସ୍ତେ ସଜାଗ ଅଛନ୍ତି। ଜିଲ୍ଲା ପ୍ରଶାସନ ସୁରକ୍ଷା ପାଇଁ କାମ କରୁଛନ୍ତି। ଭୟଭୀତ ହେବାର ଆବଶ୍ୟକତା ନାହିଁ’ ବୋଲି କହିଛନ୍ତି ଏସ୍‌ଆରସି ରାଜେଶ ପ୍ରଭାକର ପାଟିଲ୍‌।
ଗୋପାଳପୁର ଠାରୁ ୫୮୦ କିମି ଦୂରରେ ବାତ୍ୟା ‘ଅର୍ଣ୍ଣବ’ ରହିଥିବା ବେଳେ ଘଣ୍ଟା ପ୍ରତି ୧୫ କିମି ବେଗରେ ପଶ୍ଚିମ ଦିଗରେ ଗତି କରୁଛି। ବର୍ତ୍ତମାନ ସମୁଦ୍ର ମଧ୍ୟରେ ପବନର ବେଗ ୬୫ରୁ ୭୫ କିମି ରହିଛି। ଝଟ୍‌କା ପବନର ବେଗ ୮୫ କିମି ଯାଏଁ ରହୁଛି। ଆଜି ମଧ୍ୟରାତି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ। ଆସନ୍ତାକାଲି ଅତି ଭୀଷଣ ବାତ୍ୟାରେ ପରିଣତ ସମ୍ଭାବନା ଅର୍ଣ୍ଣବ’।

Leave A Reply

Your email address will not be published.