ଭବାନୀପାଟଣା: ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ରେ ଆଜି ପ୍ରଥମଥର ପାଇଁ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏବିଭିପି ସମର୍ଥିତ ଆର୍ୟା ନାୟକ ସଭାପତି ଏବଂ ଓଁକାର ଦଣ୍ଡସେନା ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଆର୍ୟା ନାୟକ ୯୪୬ ଭୋଟ ପାଇଥିବା ବେଳେ ଅର୍ପିତା ପ୍ରିୟଦର୍ଶିନୀ ସାହୁ ୮୮୭ ଟି ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି।ସେହିଭଳି ଉପ ସଭାପତି ଭାବେ ଭୋଜରାଜ ସାହୁ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ଉମାକାନ୍ତ ନିଆଲ ଙ୍କୁ ମାତ୍ର ୧୫୨ ଟି ଭୋଟ ରେ ପରାଜିତ କରିଛନ୍ତି। ସମ୍ପାଦକ ପଦବୀରେ ଓଁକାର ଦଣ୍ଡସେନା ନିଜର ନିକଟତମ ପ୍ରତିଦ୍ୱନ୍ଦୀ ପ୍ରତ୍ୟାଶା ପଟ୍ଟନାୟକ ଙ୍କୁ ମାତ୍ର ୮୨ ଟି ଭୋଟ ରେ ପରାଜିତ କରିଛନ୍ତି। ଯୁଗ୍ମ ସମ୍ପାଦକ ଭାବେ ଦିୟା ଦାସ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବ୍ୟୁଟି ମାଝି ଙ୍କୁ ୧୯ ଟି ଭୋଟରେ ପରାସ୍ତ କରିଛନ୍ତି। ସଭାପତି, ଉପ ସଭାପତି ଏବଂ ସମ୍ପାଦକ ପଦବୀରେ ଏବିଭିପି ପ୍ରାର୍ଥୀ ବିଜୟ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ ଆଜି ଅନୁଷ୍ଠିତ ନିର୍ବାଚନ ରେ ୧୧୨ ବଣ୍ଡଲ ବ୍ୟାଲଟ ପେପର ପ୍ରସ୍ତୁତ କରାଯାଇଥିଲା। ୭ ଟି ଟେବୁଲ ରେ ୨୧ ଜଣ ଗଣନାକାରୀ ଏବଂ ଜଣେ ମୁଖ୍ୟ ଗଣନାକାରୀ ଦାୟିତ୍ୱରେ ଥିଲେ। ତେବେ ପୂର୍ବ ଭଳି ପ୍ରତି ରାଉଣ୍ଡ ର ଗଣତି କୁ ନେଇ କିଛି ସୂଚନା ଦିଆଯାଉନଥିଲା। କେବଳ ମଝିରେ ମଝିରେ ମାଇକ ରେ କେତେ ପ୍ରତିଶତ ଗଣତି ହୋଇଛି ସେନେଇ ଘୋଷଣା ହେଉଥିଲା। ଏଣୁ ପ୍ରାର୍ଥୀ ଏବଂ ସମର୍ଥକ ମାନଂକ ମଧ୍ୟରେ ଉତ୍କଣ୍ଠା ସହିତ ଅସନ୍ତୋଷ ବୃଦ୍ଧି ପାଉଥିଲା। ରାତି ପ୍ରାୟ ୯ ଟା ୪୫ ରେ ଫଳାଫଳ ଘୋଷଣା ହେବାରୁ ବିଶ୍ୱବିଦ୍ୟାଳୟ ପରିସର ବାହାରେ ଥିବା ପିଲାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଳମ୍ବରେ ଫଳାଫଳ ଘୋଷଣା ହୋଇଥବାରୁ ଅସନ୍ତୋଷ ବୃଦ୍ଧି ପାଇଛି। ଖବର ଲେଖାଯିବା ବେଳକୁ ଛାତ୍ରଛାତ୍ରୀ ମାନେ ଏକାଠି ହୋଇ ଧାରଣାରେ ବସିଛନ୍ତି।
Sign in
Sign in
Recover your password.
A password will be e-mailed to you.