ଚୁଡ଼ଙ୍ଗପୁର ପଞ୍ଚାୟତ ରେ ଦିଦାୟୀ ଆର୍ଥିକ ସହାୟତା ଶିବିର ଆୟୋଜିତ ।

0

ମୋହନା,୧୪.୧୦ (ମନୋଜ କୁମାର ପାଢୀଙ୍କ ରିପୋର୍ଟ)-: ଆଜି ଭାରତ ସରକାରଙ୍କ ଜନଜାତି କାର୍ଯ୍ୟ ମନ୍ତ୍ରଣାଳୟ ଅଧୀନରେ ଚାଲୁଥିବା ‘PVTG ବିତ୍ତ ସମୃଦ୍ଧ ଗ୍ରାମ’ ପଦକ୍ଷେପ ଅନ୍ତର୍ଗତ, ଜାତୀୟ ଅନୁସୂଚିତ ଜନଜାତି ଅର୍ଥ ଓ ବିକାଶ ନିଗମ (NSTFDC) ପକ୍ଷରୁ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ, ମୋହନା ଶାଖାର ସହଯୋଗରେ ଚୁଡ଼ଙ୍ଗପୁର ଗ୍ରାମରେ ଏକ ଆର୍ଥିକ ସାକ୍ଷରତା ଶିବିର ଆୟୋଜନ କରାଯାଇଥିଲା।
ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସୌରା ବିଶେଷ ଦୁର୍ବଳ ଜନଜାତି ଗୋଷ୍ଠୀ (PVTG) ର ଲୋକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ସହିତ ସେମାନଙ୍କୁ ଉନ୍ନତ ବ୍ୟାଙ୍କିଂ ସେବା ଯୋଗାଇଦେବା ବିଷୟରେ ସଚେତନ କରିବା।

ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଅଭିଷେକ ମିଶ୍ର, LDM, ଗଜପତି ସମ୍ମାନିତ ଅତିଥି ଭାବେ ଦେବେଶ ରଞ୍ଜନ ଧର, Regional Manager, ଓଡିଶା ଗ୍ରାମ୍ୟ ବ୍ୟାଙ୍କ ସୁନୀଲ କୁମାର ସାହୁ, chief zonal Manager, NSTFDC, MoTA,ବନ୍ଦିତା କୁମାରୀ ଗଉଡ, Branch Manager, ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ମୋହନା ,ଦିନେଶ କୁମାର ଦେଓ, ସ୍ଵତନ୍ତ୍ର ଅଧିକାରୀ, ସଉରା ଉନ୍ନୟନ ସଂସ୍ଥା, ଚନ୍ଦ୍ରଗିରି , ସବିତା ଗମାଙ୍ଗ, ସରପଞ୍ଚ, ଚୁଡଙ୍ଗପୁର
,ସଚିତ୍ର କୁମାର ବେହେରା, NC, ସଉରା ଉନ୍ନୟନ ସଂସ୍ଥା, ଚନ୍ଦ୍ରଗିରି ,ବିବେକାନନ୍ଦ ଚୌଧୁରୀ, GPNA, ସଉରା ଉନ୍ନୟନ ସଂସ୍ଥା, ଚନ୍ଦ୍ରଗିରି,ରମାକାନ୍ତ ନାୟକ, GPNA, ସଉରା ଉନ୍ନୟନ ସଂସ୍ଥା, ଚନ୍ଦ୍ରଗିରି ଉପସ୍ଥିତ ରହି ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମ ବିଷୟରେ ବୁଝାଇଥିଲେ ।

Leave A Reply

Your email address will not be published.