ଅନ୍ତର୍ଦ୍ୱନ୍ଦ
___
ମନ ର ଅନ୍ତର୍ଦ୍ଵନ୍ଦ
ଭାରାକ୍ରାନ୍ତ ଶରୀର,
ବ୍ୟଥିତ ଜୀବନ ଆଉ
ମୋହ ର ପୂର୍ଣ୍ଣଛେଦ।
ନାରୀ ଜୀବନ ର
ଅଗଣିତ ସଂଘର୍ଷ ର ଗାଥା
ବେଦନାସିକ୍ତ ହୃଦୟ ର
ନିଜେ ହିଁ ମୂକସାକ୍ଷୀ,
ଜର୍ଜରିତ ଆତ୍ମବିଶ୍ୱାସ
ପ୍ରତିକ୍ଷଣ ପରୀକ୍ଷା ର
ଦ୍ୱାର ଦେଶରେ
ତଥାପି ଅଗ୍ନିପରୀକ୍ଷା ର
ଅନ୍ତ ହିଁ ନାହିଁ !!!
ମୁକ୍ତି ହିଁ ନାହିଁ !!!
ଖାଲି ଭରି ରହିଛି
ଯୋଜନ ବ୍ୟାପୀ ଶୂନ୍ୟତା ।
ମନ ରେ ଉଙ୍କି ମାରେ
ଅସଂଖ୍ୟ ପ୍ରଶ୍ନ,
ତାର ଉତ୍ତର କେବଳ
ଚିତା ଅଗ୍ନି ରେ ପରିସମାପ୍ତି ।
ଶ୍ରୀମତୀ ସନ୍ଧ୍ୟାରାଣୀ ରାଉତ
ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ନୟାଗଡ଼