ରେକର୍ଡ ବ୍ୟବଧାନରେ ବିଜେପି ଜିତିଲା ନନ୍ଦିଗ୍ରାମ ଉପନିର୍ବାଚନ

0

ପଶ୍ଚିମବଙ୍ଗ:ପଶ୍ଚିମବଙ୍ଗ ନନ୍ଦିଗ୍ରାମ ବିଧାନସଭା ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହସିରାଣୀ ରଥ, ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ରେକର୍ଡ ୧,୨୨,୭୫୩ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ହସିରାଣୀଙ୍କୁ ମୋଟ ୧,୬୪,୪୨୭ ଭୋଟ ପାଇଥିବା ବେଳେ ପ୍ରତିପକ୍ଷ କଂଗ୍ରେସର ମିଲନ ପ୍ରଧାନଙ୍କୁ ୪୧,୬୭୪ ଭୋଟ ମିଳିଛି ।
ସୂଚନାଯୋଗ୍ୟ ଯେ, ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ୨ଟି ଅସନ ଯଥା ନନ୍ଦିଗ୍ରାମ ଓ ଭବାନୀପୁରରୁ ନିର୍ବାଚିତ ହୋଇଥିଲେ । ସେ ଭବାନୀପୁର ଆସନ ନିଜ ପାଖରେ ରଖିଥିବା ବେଳେ ନନ୍ଦିଗ୍ରାମରୁ ଇସ୍ତଫା ଦେଇଥିଲେ । ଫଳରେ ସେଠାରେ ଉପନିର୍ବଚନ ଅନୁଷ୍ଠିତ ହୋଇଥିଲା । ବିଜେପି ଏହି ଆସନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କ ପୂର୍ବ ବ୍ୟକ୍ତିଗତ ସହାୟକ ସ୍ୱର୍ଗତ ଚନ୍ଦ୍ରନାଥ ରଥଙ୍କ ମା ହସିରାଣୀଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମିଲନଙ୍କୁ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ ଗୋଷ୍ଠୀ ସମର୍ଥନ ଜଣାଇଥିଲେ । ତୃଣମୂଳ କଂଗ୍ରେସ ପୂର୍ବରୁ ଦେଇଥିବା ପ୍ରାର୍ଥୀ ଜଣକ ଓହରି ଯିବାରୁ, ଦଳ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଥିଲା । ଗତ ଅକ୍ଟୋବର ୬ ତାରିଖରେ ଭୋଟଗ୍ରହଣ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.