କେନ୍ଦ୍ରାପଡା ବିଜୁଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ
କେନ୍ଦ୍ରାପଡା ୨/୧୦:ଆଜି ପବିତ୍ର ଗାନ୍ଧୀଜୟନ୍ତୀ ଅବସରରେ ବିଜୁଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ, ବିଧାୟକ ଗଣେଶ୍ଵର ବେହେରାଙ୍କ ଆହ୍ଵାନରେ ଓ ଜିଲ୍ଲା ସଭାପତି ଶିବ ପ୍ରସାଦ ଭଳଙ୍କ ନେତୃତ୍ୱରେ ବ୍ଲକର ପ୍ରତ୍ୟେକ ପଞ୍ଚାୟତ ଓ ମୂନସିପାଲଟିର ପ୍ରତ୍ୟେକ ଓ୍ଵାର୍ଡ ମାନଙ୍କରୁ ଶତାଧିକ ନେତା ଓ କର୍ମୀମାନେ ସାମିଲ ହୋଇ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରା ଗରାପୁର ଗାନ୍ଧୀ ପିଠ ଠାରେ ପହଞ୍ଚି ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ବିଜୁଜନତା ଦଳର ନେତା ଓ କର୍ମୀମାନେ ପୂଷ୍ପମାଲ୍ୟ ଅର୍ପଣକରି ପଦଯାତ୍ରା ଆରମ୍ଭ କରିଥିଲେ ।

ଏହି ପଦଯାତ୍ରା ଆସନ୍ତା ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ପଦଯାତ୍ରା ମାଧ୍ୟମରେ ତୃଣମୂଳ ସ୍ତରରେ ଦଳୀୟ ସଙ୍ଗଠନକୁ ମଜଭୁତ କରିବା ସହ ସରକାରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ବିଜେଡ଼ି ଯୋଜନା କରିଛି ।ଏଥି ସହିତ ଏମ୍ ଡି ଆର ସଂଶୋଧନ ବିଲ୍,ଆଇନ ଶୃଙ୍ଖଳା, କୃଷକଙ୍କ ସମସ୍ୟା ଓ ନାରୀ ନିର୍ଯ୍ୟାତନା ଭଳି ପ୍ରସଙ୍ଗକୁ ଗୁରୁତ୍ବ ଦେବା ସହିତ ଜନସାଧାରଣଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିବାକୁ ଦଳୀୟ ନେତୃବୃନ୍ଦଙ୍କୁ ସୁପ୍ରିମୋ ପରାମର୍ଶ ଦେଇଛନ୍ତି।ଏଥି ସହିତ ପ୍ରତ୍ୟେକ ଗ୍ରାମ ଓ ଓ୍ଵାର୍ଡର ଘରକୁ ଘର ଯାଇ ଲୋକମାନଙ୍କ ସହିତ ଯୋଡିହେଵା ମାଧ୍ୟମରେ ଦଳୀୟ ସଙ୍ଗଠନକୁ ମଜଭୁତ କରିବା ଲକ୍ଷ ରଖିଛି ବିଜେଡ଼ି।