// ସମର୍ପଣ//

0

// ସମର୍ପଣ//

ସଂଧ୍ୟାରାଣୀ ରାଉତ

ତୁମ ବିନା ସବୁ ଅଧୁରା
ହୃଦୟ ର ନିବୃତ୍ତ କୋଣ ରେ
ଉଙ୍କି ମାରେ ଖିଆଲି ମନ ରେ,
ତୁମ ବିନା ଭାବି ପାରେନି
ଜୀବନ ବଞ୍ଚିବା,
ତୁମରି ପ୍ରେମ ସ୍ପର୍ଶ ରେ
ଖେଳି ଯାଏ ଶିରା ପ୍ରଶିରାରେ,
ଏକ ନୂଆ ଉନ୍ମାଦନା ।
ଦେଖୁଥିବି ତୁମକୁ ଏମିତି
ମୃଗତୃଷ୍ଣା ଆଖିରେ,
ସତରେ ବିରହ ରେ
ଏକ ଆତ୍ମ ସନ୍ତୋଷ ଅଛି,
ଯିଏ ତାକୁ ଅଙ୍ଗେ ନିଭେଇଚି ।
ନୀରବ ରେ କହି ପାରେ
ତୁମେ ମୋର
କେବଳ ମୋର ।
କିଏ କଣ ବୁଝି ପାରିବ
କି ସମ୍ପର୍କ ଆମର ?
ଦେହ ରୁ ଦେହାତୀତ
ନୁହେଁ ଶରୀର ର,
ସେତ ସ୍ୱଚ୍ଛ ସ୍ନିଗ୍ଧ ଅମୃତାୟନର ।
ବାହୁ ବନ୍ଧନ ଖୋଜେ ମୁହିଁ
ନିଜକୁ ସମର୍ପି ଦେବାକୁ,
ଯେମିତି ଚନ୍ଦ୍ରମା ଆଶ୍ରିତେ କଇଁ
ଆଉ ତୁମ ଆଶ୍ରିତେ ମୁହିଁ ।
ଆଘାତ ଦେବନି କେବେ
ହୃଦୟେ ମୋହର,
ରହିଛ ତୁମେ ମୋର
ଅଧୀଶ୍ଵର ହୋଇ ।

* ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ନୟାଗଡ଼
୯୪୩୯୨୫୫୫୮୮

Leave A Reply

Your email address will not be published.